ନ୍ୟାୟ ଆଶାରେ ପରିବାର ହତାଶ,ସତ୍ୟତା ତଦନ୍ତ କରି ବିହିତ ପଦକ୍ଷେପ ନେବେ କି ଜିଲ୍ଲା ପୋଲିସ ମୁଖିଆ !!!
ପାଟଣାଗଡ଼(ସ୍ୱତନ୍ତ୍ର ପ୍ରତିନିଧି ଯତୀନ୍ଦ୍ର ନନ୍ଦ ): ପୋଲିସର କାମ ହେଲା ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା !ହେଲେ ଆମ ଅଖଣ୍ଡ ଭାରତ ବର୍ଷ ସ୍ୱାଧୀନ ହେବାର ଦୀର୍ଘବର୍ଷ ବିତିଜିବା ପରେ ମଧ୍ୟ ଏମିତି କିଛି ଥାନା ରହିଛି ଆଜି ଦିନରେବି ଯେଉଁଠି ଅଭିଯୋଗ ହେବାର ବହୁଦିନ ପରେବି ସମ୍ପୃକ୍ତ ପୋଲିସ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିନି କି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିନାହିଁ | ଅପରପଟେ ପୋଲିସର ନୀରବତା ପାଇଁ ଦିନକୁ ଦିନ ପୀଡିତ ପରିବାର ଉପରେ ନିର୍ଯ୍ୟାତନାର ମାତ୍ରା ବୃଦ୍ଧି ପାଇଚାଲିଛି | ସେଭଳି ଏକ ଲଜ୍ଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଲୁହାସିଂହା ବ୍ଲକ ରାତାଖଣ୍ଡି ଗ୍ରାମ ପଞ୍ଚାୟତ ତାଳଜୁରୀ ଗ୍ରାମରେ |
ଖବରରୁ ପ୍ରକାଶ,ତାଳଜୁରୀ ଗ୍ରାମର ମିତ୍ର ବରିହାଙ୍କ ସ୍ତ୍ରୀକୁ ଏହି ଗାଁର ବାରୁ ସାହୁର ସ୍ତ୍ରୀ ନିଦ୍ରାବତୀ ସାହୁ ମୁଗଚୋର କହି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜାତିକୁ ଆକ୍ଷେପ କରି କଟୁକଥା କହିବା ବିଷୟରେ ଗ୍ରାମରେ ଏକ ବୈଠକ ବସିଥିଲା | ଉକ୍ତ ବୈଠକରେ ଗ୍ରାମବାସୀ କଙ୍ଗାରୁକୋର୍ଟ କରି ମିତ୍ର ବରିହାଙ୍କ ପରିବାରକୁ ବାସନ୍ଦ କରି ନିଆଁ,ପାଣି, ଦୋକାନ,ବଜାର,ରାସ୍ତା,ଘାଟ ସବୁକିଛି ବନ୍ଦ କରିଦେଲେ | ତେବେ ଏନେଇ ଗତ 2.7.21 ତାରିଖ ଦିନ ମିତ୍ର ବରିହା ନିକଟସ୍ଥ ପୋଲିସ ଫାଣ୍ଡି ମାଗୁରବେଢ଼ାରେ ଲିକ୍ଷିତ ଅଭିଯୋଗ କରିଥିଲେ | ଅଭିଯୋଗ ହେବାର ଦୀର୍ଘଦିନ ପରେବି ପୋଲିସର ନିରବତା ପାଇଁ ବରିହା ପରିବାର ଭୟ, ଆଶଙ୍କା ତଥା ମାନସିକ ଶାରୀରିକ ନିର୍ଯ୍ୟାତନାରେ ଛଟପଟ ହୋଇ ଘରେ ଲୁଚି ରହୁଛନ୍ତି | ପୋଲିସ ଆଜି ଆସିବ କାଲି ଆସିବ ଆମକୁ ନ୍ୟାୟ ଦେବା ବୋଲି ଆଶାରେ ଚାହିଁ ରହିଛନ୍ତି | ହେଲେ ଏଠି ଶୂନ୍ୟରେ ବୁଝାମଣା!ଆଉ ପୋଲିସର ନୀରବତା ପାଇଁ ଅଭିଯୁକ୍ତ ମାନଙ୍କର ସାହସ ବୃଦ୍ଧି ପାଇ ମିତ୍ର ବରିହାର ଅନୁପସ୍ଥିତିରେ ଘରକୁ ଆସି ଝିଅ ଶ୍ରୀମତୀ ମଦନା ବରିହା ପ୍ରତି ଅନ୍ୟାୟ ଅତ୍ୟାଚାର ତଥା କୁକାର୍ଯ୍ୟ କରିବାର ଯୋଜନା ସମ୍ପର୍କରେ ଜାଣିପାରି ଗତ ତା 11.7.21 ରିଖ ଦିନ ନିଯେ ଶ୍ରୀମତୀ ମଦନା ବରିହା ପିତା -ମିତ୍ର ବରିହା ବଲାଙ୍ଗୀର ସଦର ଥାନାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଲିକ୍ଷିତ ଅଭିଯୋଗ କରିଛନ୍ତି | ଯାହାର କେସ ନମ୍ବର 223/2021 ଅଟେ | ପରିତାପର ବିଷୟ ପୋଲିସକୁ ଦୁଇ ଦୁଇ ଥର ଅଭିଯୋଗ କରିବା ପରେବି କାହିଁକି ହାତବାନ୍ଧି ବସିଛି ଯେ ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ହୋଇପଡ଼ିଛି | ବାରମ୍ବାର ନ୍ୟାୟ ପାଇବାର ଆଶାରେ ଫାଣ୍ଡି ଥାନାର ଦ୍ୱାରସ୍ଥ ହୋଇ ମଧ୍ୟ ନ୍ୟାୟ ପାଇପାରୁ ନଥିବାରୁ ନିଶ୍ଚିତ ଭାବେ ଆଗକୁ କିଛି ଅଘଟଣର ଆଶଙ୍କାକୁ ଏଡାଇଦେବା ସହଜ ନୁହେଁ | ଯାହା ସମୟ କହିବ ! ଏସମ୍ପର୍କରେ ଥାନା ଅଧୀକାରୀଙ୍କର ପ୍ରତିକ୍ରିୟା ଜାଣିବା ପାଇଁ ବହୁବାର ଯୋଗାଯୋଗ କରିବା ସତ୍ତ୍ୱେ ବି ସମ୍ଭବପର ହୋଇନଥିଲା! ତେଣୁକରି ଏହି ଘଟଣାରେ ବଲାଙ୍ଗୀର ଜିଲ୍ଲା ପୁଲିସ ପ୍ରଶାସନ ମୁଖିଆ ହସ୍ତକ୍ଷେପ କରି ପୀଡିତ ପରିବାରଙ୍କ ଅଭିଯୋଗର ସତ୍ୟତା ଉପରେ ତଦନ୍ତ କରିବା ସହ ନ୍ୟାୟ ପାଇବା ପାଇଁ ଆତୁର ଥିବା ଅଭିଯୋଗ କାରୀ ପରିବାରକୁ ନ୍ୟାୟ ଦେଇ ଦୋଷୀଙ୍କୁ ଚିନ୍ହଟ କରି ଉଚିତ ଦଣ୍ଡିତ କରିବା ପାଇଁ ସର୍ବସାଧାରଣରେ ଦାବୀ ହେଉଛି |