ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଗୋଟିଏ ଗ୍ରାମର ଜଣେ ଯୁବତୀ ଟିକଟକ ରେ ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓ ଟି ଦେଖି କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରଗଡିପଡାର ଜଣେ ସୁଗମ କେସରି ନାୟକ ( ୨୬ ) ନାମକ ଯୁବକ ଭିଡିଓ ଟିକୁ ଲାଇକ କରିବା ପରେ ଯୁବତୀ ଜଣକୁ ସାମାଜିକ ଗଣମାଧ୍ୟମ ରେ ଯୋଗାଯୋଗ କରି ଫୋନ ନମ୍ବର ହାସଲ କରିଥିଲା । ଏହାପରେ କ୍ରମାଗତ ଭାବରେ ଉଭୟ ଙ୍କର ମଧ୍ୟରେ ଚାଟ ହେଉଥିଲା । କିଛି ସପ୍ତାହ ପୂର୍ବରୁ ଉକ୍ତ ଯୁବତୀଙ୍କର ବାହାଘର ଠିକ ହୋଇ ଯାଇଥିବା ଜାଣି ଅଭିଯୁକ୍ତ ସୁଗମ ଯୁବତୀ ଜଣକ ଙ୍କର ନାମରେ ଏକ ଫେକ ଫେସବୁକ ଆଇ ଡି ଖୋଲି ନିଜର ଓ ଯୁବତୀ ଜଣକର ସାମାଜିକ ଗଣମାଧ୍ୟମ ରେ ତତ୍ପରେ ଥିବା ବନ୍ଧୁ ମାନଙ୍କୁ ଫ୍ରେଣ୍ଡ ରିକୁଏସ୍ଟ ପଠାଇଥିଲେ । ଏହାର କିଛିଦିନ ପରେ ସେହି ଫେକ ଆଇଡିରେ ଯୁବତୀ ଜଣକ ସହିତ ହୋଇଥିବା ଚାଟ ଓ କଥାବାର୍ତ୍ତା ସବୁକୁ ଭାଇରାଲ କରିବାରେ ଲାଗି ପଡିଲା ସୁଗମ । ଝିଅ ଓ ଝିଅର ପରିବାର ତରଫରୁ ବାରମ୍ବାର ସୁଗମକୁ ମନା କରିବା ସତ୍ତ୍ୱେ ସୁଗମ ସେମାନଙ୍କର କଥା ଶୁଣିବା ପରିବର୍ତେ ଓଲଟା ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦେଉଥିଲା । କୋଣସି ଉପାୟ ନପାଇ ଶେଷରେ ଗତ ଷୋହଳ ତାରିଖ ଦିନ ଝିଅ ଓ ତାଙ୍କର ପରିବାର ଲୋକେ ପାଇକମାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ର ଗୁରୁତ୍ୱ କୁ ଦେଖି ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ତୁରନ୍ତ କ୍ରିୟାଶୀଳ ହୋଇ ତଦନ୍ତ ଆରମ୍ଭ କରିଥିଲେ । ଗତ କାଲି ଅଭିଯୁକ୍ତ କୁ କଟକ ଜିଲ୍ଲା ତାର ଗ୍ରାମରୁ ଧରାଯାଇ ପାଇକମାଲ ଥାନାକୁ ଅଣାଯାଇଥିଲା । ଆଜି ଗତ ଷୋହଳ ତାରିଖ ପାଇକମାଲ ଥାନାରେ ହୋଇଥିବା କେଶ ନମ୍ବର ୧୦୦ / ୨୧ ଧାରା 294, 506, 507, 509 , 66E , ଓ 67 ଆଇଟି ଆକ୍ଟ ରେ ହୋଇଥିବା ମାମଲାରେ ଅଭିଯୁକ୍ତ ସୁଗମକୁ କୋର୍ଟ ଚାଲାଣ କରାଯାଇଛି । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଏହି ଘଟଣାର ତଦନ୍ତ କରୁଛନ୍ତି ।
ଅଘଟଣ
ଫେକ ଫେସବୁକ ଆଇଡିରେ ଆପତ୍ତିଜନକ ପୋଷ୍ଟ କରି ଜେଲ ଗଲେ ଯୁବକ
- Hits: 3511