ବାରିପଦା(ଦିଲ୍ଲୀପ ମହାନ୍ତି )- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୭ ଭିଆଇପି କଲୋନୀ ଅଞ୍ଚଳରେ ସଂଗଠିତ ଗଣ୍ଡଗୋଳରେ ଛଅ ଜଣ ଆହତ ହୋଇଥିବା ବେଳେ ପୁଲିସ ଗୁରୁତର ଦୁଇଜଣଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ଜଣାପଡିଛି ।
ତେବେ ପ୍ରାୟ ଦେଢ଼ ବର୍ଷ ତଳେ ଅରୁଣ କୁମାର ଦାସଙ୍କ ପୁଅ ଅଙ୍କିତ ଦାସଙ୍କ ସହିତ ଉକ୍ତ ଅଞ୍ଚଳର ପ୍ରସନ୍ନ ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା ଦାସଙ୍କ ସହିତ ପ୍ରେମ ବିବାହ ହୋଇଥିଲା । କିନ୍ତୁ ବିବାହର ଆଠ ମାସ ପରେ କୌଣସି କାରଣରୁ ଉଭୟ ସ୍ୱାମୀ ଅଙ୍କିତ ଓ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଅଲଗା ହୋଇ ନିଜ ନିଜ ଘରେ ରହୁଥିଲେ । ପୂର୍ବ ଶତ୍ରୁତାକୁ ନେଇ ଜୁଲାଇ ୨ରେ ଝିଅ ଘରୁ ୧୦-୧୫ଜଣ ପରିବାର ବର୍ଗ ମାରଣାସ୍ତ୍ର ଧରି ପୁଅ ଘର ଉପରେ ଅତର୍କିତ ଆକ୍ରମଣ କରିଥିବା ବିଷୟକୁ ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିବାର ଜଣାପଡିଛି ।