ହେଡଲାଇନସ୍:

ଯୁବ ଖେଳାଳିଙ୍କ ଆତ୍ମହତ୍ୟା:କ୍ରୀଡ଼ାପ୍ରେମୀ ଓ ଯୁବକମାନଙ୍କର ମଧ୍ୟରେ ଗଭୀର ଶୋକ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ନିକଟରେ ରହୁଥିବା ଜିତେନ୍ଦ୍ର ସାହୁ (26)ଆଜି ସକାଳୁ ନିଜ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ହସ୍ତଗତ ହୋଇଥିବା ସୂଚନା ମୁତାବକ ପାଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁଙ୍କ ଏକମାତ୍ର ପୁତ୍ର ଜିତେନ୍ଦ୍ର ଜଣେ ସିଧାସାଧା ପ୍ରକୃତିର ଯୁବକ ଥିଲେ । ଏହାସହିତ ସେ ଜଣେ ଭଲ ଖେଳାଳି ମଧ୍ୟ ଥିଲେ । ତାଙ୍କର ମୃତ୍ୟୁ ର ଖବର ପାଇ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ସବିନ୍ସପେକ୍ଟର ଶ୍ରୀ ବିପିନ ବାଗ, ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଅପମୃତ୍ୟୁ ମାମଲା ନମ୍ବର 14/21 ରୁଜୁ କରି ଘଟଣାର ପ୍ରାଥମିକ ତଦନ୍ତ ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ଓ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି । ଜିତେନ୍ଦ୍ରଙ୍କ  ମୃତ୍ୟୁ ଖବର ଜାଣିବା ପରେ ମୁଖ୍ୟତଃ କ୍ରୀଡ଼ାପ୍ରେମୀ ଯୁବକ ମାନଙ୍କର ମଧ୍ୟରେ ଗଭୀର ଶୋକ ଦେଖା ଦେଇଛି ।

0
0
0
s2sdefault