ହେଡଲାଇନସ୍:

୧୫୦ ଲିଟର ଦେଶୀ ମଦ ସହିତ ମୋଟର ସାଇକେଲ ଜବତ : ୩ ଗିରଫ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ): ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ତିହିଡ଼ି ଥାନା ଅନ୍ତର୍ଗତ ହାଟୁଆରୀ ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ଗୋଟିଏ ହିରୋ ଗ୍ଲେମୋର ମୋଟର ସାଇକେଲରୁ (ଓଡି-୨୨ପି-୮୫୫୨) ୧୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ତିହିଡ଼ି ଥାନା ଅନ୍ତର୍ଗତ ହାଟୁଆରୀ ଗ୍ରାମର ମାଧବାନନ୍ଦ ମଳିକଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । 

   ସେହିପରି ତିହିଡ଼ି ଥାନା ଅନ୍ତର୍ଗତ ଭାଟପଡ଼ା ଓ ବଉଳପାଳ ଗ୍ରାମରେ ଚଢାଉ କରାଯାଇ ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ତିହିଡ଼ି ଥାନା ଅନ୍ତର୍ଗତ  ଭାଟପଡ଼ା ଗ୍ରାମର ଶ୍ରୀକୁମାର ଦାସ ଓ ବଉଳପାଳ ଗ୍ରାମର ସୁରେନ୍ଦ୍ର ଦାସଙ୍କୁ ଗିରଫ କରାଯାଇଛି ।  ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଉକ୍ତ ଚଢ଼ାଉରେ ସମୁଦାୟ ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ମୋଟ ୦୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ପ୍ରହଲ୍ଲାଦ ସାମଲ , ଭବେଶ ଦାସ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଞ୍ଜନ ସେଠୀ, ଅନବାଦିତ୍ୟ ବାରିକ, ଖଗେଶ୍ବର ଜେନା, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ତିହିଡ଼ି ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି।

0
0
0
s2sdefault