ହେଡଲାଇନସ୍:

୨୦୦ ଲିଟର ଦେଶୀ ରନ୍ଧା ମଦ ସହିତ ମୋଟର ସାଇକେଲ ଜବତ, ୩ ଗିରଫ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ ବ୍ଲକ (ସୀତାକାନ୍ତ ପାଢ଼ୀ): ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ  ଉପ-ଜିଲ୍ଲାପାଳ ଶ୍ରୀ ପିତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ ଏବଂ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ତିହିଡ଼ି ଥାନା ଅନ୍ତର୍ଗତ ତିହିଡ଼ି ବଜାର ଓ ପାଳିଆ ବଜାର ଅଞ୍ଚଳରେ ଚଢାଉ କରାଯାଇ ମୋଟ ୨୦୦ ଲିଟର ଦେଶୀ ରନ୍ଧା ମଦ ଓ ଗୋଟିଏ ହୋଣ୍ଡା ଲିଭୋ ମୋଟର ସାଇକେଲ (ଓଡି-୨୨ଏଲ-୯୭୧୭) ଜବତ କରିବା ସହିତ ଏଥିରେ ସଂପୃକ୍ତ ମୋଟ ୦୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ତିହିଡ଼ି ଥାନା ଅନ୍ତର୍ଗତ ଜିଝାରପୁର ଗ୍ରାମର ଦର୍ଶନ ମଳିକ ଓ ନିର୍ମଳ ମଳିକ ଏବଂ ପିରାହାଟ ଥାନା ଅନ୍ତର୍ଗତ ରାଜନଗର(ଗଦି) ଗ୍ରାମର ଶଶିକାନ୍ତ ବାରିକ । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ  ୦୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ପ୍ରହଲ୍ଲାଦ ସାମଲ, ଭବେଶ ଦାସ ଓ ଦୀପକ ରାଉତ,  କନେଷ୍ଟବଳ ପ୍ରଦୀପ ମଲ୍ଲିକ,ସତ୍ୟରଞ୍ଜନ ସେଠୀ, ଅନବାଦିତ୍ୟ ବାରିକ,ଖଗେଶ୍ବର ଜେନା,  ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୦୩ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି।

0
0
0
s2sdefault