ହେଡଲାଇନସ୍:

ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଟଳବିହାରୀ ପଣ୍ଡାଙ୍କ ବିୟୋଗ : ବିଭିନ୍ନ ମହଲରେ ଶୋକ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

 ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କର ଗତକାଲି ବିଳମ୍ବିତ ରାତି ଘ ୦୩:୪୫ଟିକା ସମୟରେ ପରଲୋକ ଗମନ କରିଛନ୍ତି। କରୋନାରୁ ଭଲ ହୋଇ ସେ ଘରେ ରହୁଥିଲେ। ମାତ୍ର ଗତ ଦଶଦିନ ହେଲା ସେ ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ଭିମସାର୍ ର ଆଇ ସି ୟୁ ରେ ଚିକିତ୍ସିତ ହେଉଥିଲେ। ବହୁ ମଞ୍ଚ ଓ ଚଳଚ୍ଚିତ୍ର ରେ ଅଭିନୟ କରି ସେ ସୁନାମ ଅର୍ଜନ କରିଥିଲେ। ୮୦ ବର୍ଷ ବୟସରେ ଚଳଚିତ୍ର ଅଭିନୟ ଆରମ୍ଭ କରି ସେ ଚର୍ଚ୍ଚା କୁ ଆସିଥିଲେ। ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଶ୍ରୀ ପଣ୍ଡାଙ୍କ ଶଲାବୁଢ଼ା ସିରିଜରେ ତାଙ୍କ ଅଭିନୟ ସର୍ବଦା ଦର୍ଶକଙ୍କୁ ପ୍ରଭାବିତ କରିଛି। ଶ୍ରୀ ପଣ୍ଡା ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକରେ ଛାୟା ଖେଳିଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଅଭିନେତା ଶ୍ରୀ  ପଣ୍ଡାଙ୍କ ବିୟୋଗରେ ଶୋକଵ୍ୟକ୍ତ କରିବା ସହ ତାଙ୍କ ଶୋକ ବାର୍ତ୍ତାରେ କହିଁଛନ୍ତି" ଲୋକପ୍ରିୟ ଅଭିନେତା ତଥା ନାଟ୍ୟକାର ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। 'ସଲାବୁଢା', 'ଆଦିମ ବିଚାର' ପରି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଚିରସ୍ମରଣୀୟ କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।" 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ମଧ୍ୟ ଶ୍ରୀ ପଣ୍ଡାଙ୍କ ବିୟୋଗରେ ଶୋକଵ୍ୟକ୍ତ କରିଛନ୍ତି "ଓଡ଼ିଶା ବିଶେଷ ଭାବରେ ପଶ୍ଚିମ ଓଡ଼ିଶାର ବର୍ଷିଆନ କଳାକାର ଅଟଳବିହାରୀ ପଣ୍ଡାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ।  ପ୍ରସିଦ୍ଧିଲାଭ କରିଥିବା ଅନେକ ସମ୍ବଲପୁରୀ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସେ ଦର୍ଶକୀୟ ଆଦୃତ ଲାଭ କରିଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।"

ଶାସକ ପ୍ରଶାସକ ପରିବାର ତରଫରୁ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି |

 

0
0
0
s2sdefault