ହେଡଲାଇନସ୍:

 ଯୌତୁକ ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ କଲେ ବାପା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ପ୍ରଥମେ ପ୍ରେମ ବିବାହ ତାପରେ ଯୌତୁକ ଦାବୀ ଏବଂ ଶେଷରେ ହତ୍ୟା  । ଏଭଲ ଅଭାବନୀୟ ଘଟଣାର ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଞ୍ଚଳରୁ । ଅଭିଯୋଗ ଅନୁସାରେ  । ଥାନା ବଡ଼ସାହାଜବାହାଲ ଗାଁର ପିଙ୍କି ସାହୁ ତିନି ବର୍ଷ ପୂର୍ବେ ଟୁରଚା ଗାଁର ଅଶୋକ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛିଦିନ ପରେ ପିଙ୍କି କୁ ଅଶୋକ ଯୌତୁକ ଦାବି କରିଥିଲେ ଏବଂ ତାଙ୍କ ବାପଘରୁ ଆଣିବା ପାଇଁ ଚାପ ପକାଇବା ସହ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ହେଲେ ଆଜି ସକାଳୁ ପିଙ୍କିର ମୄତ୍ୟୁ ଖବର ତାଙ୍କ ପରିବାରକୁ ଦିଆଯାଇଥିଲା । ଝିଅର ପରିବାର ପକ୍ଷରୁ ପିଙ୍କିର ମୄତ୍ୟୁ ସ୍ବାବାଭିକ ଭାବରେ ହୋଇନାହିଁ ଏବଂ ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ମୄତ ଝିଅର ବାପା କୁଳମଣି ସାହୁ ଗାଇସିଲାଟ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ଗାଇସିଲାଟ ପୋଲିସ ଟୁରଚା ଗ୍ରାମକୁ ଯାଇ ଶବ ଜବତ କରିବା ସହ ଶବ ବ୍ୟବଛ୍ଛେଦ ପାଇ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

0
0
0
s2sdefault