html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

 ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢ଼ାଉ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୭୪ କ୍ବିଣ୍ଟାଲ ମହୁଲଫୁଲ ସହ ଦୁଇ ପିକଅଫ ଭ୍ୟାନ ଜବତ, ତିନିଜଣ ଗିରଫ ।

ପଦ୍ମପୁର(ଶାସକପ୍ରଶାସକ)-ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଇନ୍ସପେକ୍ଟର କୁବେର ସେଠିଙ୍କ ପ୍ରତ୍ୟକ୍ଷ ତତ୍ବବଧାନରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଯାଗାରେ ଚଢ଼ାଉ କରାଯାଇଛି । ଜଗଦଳପୁର ଥାନା ବୁକୁରାମୁଣ୍ଡା ଗ୍ରାମରେ ମହୁଲଫୁଲ ଚୋରାଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରି ୨୪ କ୍ବିଣ୍ଟାଲ ମହୁଲଫୁଲ ବୋଝେଇ ହୋଇଥିବା ପିକଅଫ ଭ୍ୟାନ (OD-17J-4454)କୁ ଜବତ କରିବା ସହ ଡ୍ରାଇଭର ସୁଶାନ୍ତ ବାରିକ କୁ ଗିରଫ କରି ମହୁଲଫୁଲ ଓ ଗାଡି ଜବତ କରିଛନ୍ତି । ସେହିପରି ବୁଡେନ ଥାନା ବାଦିମାଲ ଗ୍ରାମରେ ମହୁଲଫୁଲ ଚୋରାଚାଲାଣ ସମୟରେ ୧୮ କ୍ବିଣ୍ଟାଲ ମହୁଲଫୁଲ ବୋଝେଇ ହୋଇଥିବା ପିକଅଫ ଭ୍ୟାନ(OD-17-S-6266) ସହ ଡ୍ରାଇଭର କେଶବ ନାଗକୁ ଗିରଫ କରି ମହୁଲଫୁଲ ଓ ଗାଡି ଜବତ କରିଛନ୍ତି । ସେହିପରି  ବୁଡେନ ଥାନା ଭାଲୁଡୁଙ୍ଗୁରୀ ଗ୍ରାମର ମୁରଲୀ ମେହେର ବେଆଇନ ଭାବରେ ୩୫ କ୍ବିଣ୍ଟାଲ ମହୁଲଫୁଲ ଗଛ୍ଛିତ ରଖିଥିବାରୁ ଅବକାରୀ ବିଭାଗ ଚଢ଼ାଉ କରି ମହୁଲଫୁଲ ଜବତ କରିବା ସହ ମୁରଲୀ ମେହେରଙ୍କୁ ଗିରଫ କରିଛନ୍ତି । ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ତିନିଗୋଟି ବିଭିନ୍ନ ଜାଗାରେ ଚଢ଼ାଉ କରି ୭୪ କ୍ବିଣ୍ଟାଲ ମହୁଲଫୁଲ ସହ ତିନିଜଣ ମହୁଲଫୁଲ ଚୋରାଚାଲାଣ କାରୀ ଓ ଦୁଇଗୋଟି ପିକଅଫ ଭ୍ୟାନ ଜବତ କରିଛନ୍ତି ଏବଂ କୋର୍ଟ ଚାଲାଣ କରିଛନ୍ତି।  ଏହି ଚଢାଉରେ ପଦ୍ମପୁର ଅବକାରୀ ଏସିଆଇ ହେମକାନ୍ତ ସୁନା,ଏଏସଆଇ ରାଜକୁମାର ବେହେରା,ବିନୋଦ ତିର୍କୀ,ପ୍ରଶାନ୍ତ ବାଗ,ନମୋବତୀ ମଲ୍ଲିକ,ପ୍ରେମାନନ୍ଦ ବିଶ୍ବାଲ,ଅମିତ ଦୀପ,ସୁବାଶିନୀ ଭୋଇ ଓ ରାକେଶ ସାହୁ ସାମିଲ ଥିଲେ ।

0
0
0
s2sdefault