html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

କପ୍ତିପଦା ତହସିଲଦାରଙ୍କୁ ଆକ୍ରମଣ: ଥାନାରେ ମାମଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଭିଯୁକ୍ତ ମଧ୍ୟରୁ ଜଣେ ଗିରଫ ଓ ଅନ୍ୟ ଜଣେ ଫେରାର । 

ବାରିପଦା(ଦିଲ୍ଲୀପ ମହାନ୍ତି)-ପ୍ରଥମେ ତହସିଲଦାରଙ୍କୁ ଆକ୍ରମଣ କଲେ । ପରେ ପୋଲିସ୍ ସାମ୍ନାରେ ଥାନାରେ ହତ୍ୟା ଧମକ ବି ଦେଲା ଅଭିଯୁକ୍ତ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ସୂଚନାନୁଯାୟୀ,କପ୍ତିପଦା ତହସିଲ୍ ଅଧିନ ବାଘିଆଗଡି ବାଲିଘାଟକୁ ଚଢାଉ ନିମନ୍ତେ ଯାଇଥିଲେ କପ୍ତିପଦା ତହସିଲଦାର ଏବଂ ଅତିରିକ୍ତ ତହସିଲଦାର । ସେଠାରୁ ଚଢାଉ କରି ଫେରିବା ସମୟରେ ଧୂମକେତ ଅଞ୍ଚଳରେ ଜେସିବିରେ ମାଟି ଉଠାଣ ହେଉଥିବା ଦେଖିପାରି ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଘଟଣାସ୍ଥଳକୁ ଯାଇଥିଲେ ।

ହେଲେ ତହସିଲଦାରଙ୍କୁ ଦେଖିବା ପରେ ଘଟଣାସ୍ଥଳରୁ ଖସି ଚାଲିଯାଇଥିଲେ ସମସ୍ତେ । ସେହି ସମୟରେ ସେଠାରେ ଜେସିବିର ମାଲିକ ସମେତ ଦୁଇ ଜଣ ଯୁବକ ପହଞ୍ଚିଥିଲେ । ଏହା ପରେ ବେଆଇନ ଭାବେ ମାଟି ଉଠାଣ କରୁଥିବା ଜେସିବି ଏବଂ ଟ୍ରାକ୍ଟର ଜବତ କରିବାକୁ ଉଦ୍ୟମ କରିଥିଲେ ତହସିଲଦାର । ହେଲେ ଉକ୍ତ ସମୟରେ ଅଚାନକ ଜଣେ ଯୁବକ ଆସି ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଅତିରିକ୍ତ ତହସିଲଦାରଙ୍କ ବେକ ଚିପିବା ସହିତ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।  ଆକ୍ରମଣରେ ଅତିରିକ୍ତ ତହସିଲଦାରଙ୍କ ହାତ, ବେକ ଏବଂ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ଅତିରିକ୍ତ ତହସିଲଦାରଙ୍କୁ ମୁକୁଳାଇବାକୁ ଉଦ୍ୟମ କରିଥିବା ବେଳେ ତହସିଲଦାରଙ୍କୁ ମଧ୍ୟ ଅଭିଯୁ୍କ୍ତ ଜଣକ ଠେଲାପେଲା କରିଥିଲା । ଏହି ଆକ୍ରମଣରେ ଅତିରିକ୍ତ ତହସିଲଦାରଙ୍କ ଶରୀରରେ ଅନେକ କ୍ଷତ ହୋଇଥିବାବେଳେ ସେ ଆହତ ହୋଇଥିଲେ । ଖବର ପାଇ କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶ୍ୟାମସୁନ୍ଦର ମଲ୍ଲିକକୁ ଗିରଫ କରି ଥାନାକୁ ଆଣିଥିଲା । ଅନ୍ୟପଟେ ତହସିଲଦାର ଗୋଟିଏ ଟ୍ରାକ୍ଟରକୁ ଜବତ କରି ଥାନାରେ ଜିମା ଦେଇଛନ୍ତି । ଗିରଫ ଯୁବକ ଶ୍ୟାମସୁନ୍ଦରକୁ ପୋଲିସ୍ ଆଣି ଥାନାରେ ବସାଇଥିବା ବେଳେ  ପୁଲିସ ସମ୍ମୁଖରେ ଅଭିଯୁକ୍ତ ଜଣକ ସିଧାସଳଖ ତହସିଲଦାରଙ୍କ ବେକ କାଟି ହତ୍ୟା କରିବାର ଧମକ ଦେଇଛି । ଅନ୍ୟପଟେ ଘଟଣା ବାବଦରେ କପ୍ତିପଦା ତହସିଲଦାର ସମରଜିତ କର କପ୍ତିପଦା ଥାନାରେ ଦୁଇ ଜଣଙ୍କ ନାମରେ ଏତଲା ଦେଇଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ରହିଛି ।

 

 

0
0
0
s2sdefault