html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ଆଦର୍ଶ ଶିକ୍ଷକ ତଥା ସାରସ୍ୱତ ସାଧକ ରବୀନ୍ଦ୍ର ସାହୁଙ୍କ ଦେହାନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା ମାଟି ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା : ମନ୍ତ୍ରୀ ଶ୍ରୀ ଜେନା 

ମାହାଙ୍ଗା ( ଶାସକ ପ୍ରଶାସକ): ସାହିତ୍ୟ ସଂସ୍କୃତି ସମ୍ପନ୍ନ ମାହାଙ୍ଗା ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ଶିକ୍ଷାବିତ୍ ତଥା ମାହାଙ୍ଗାରେ ସାରସ୍ୱତ ଆନ୍ଦୋଳନର ଅନ୍ୟତମ ପୃଷ୍ଠପୋଷକ ଏବଂ ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ଶେଖ୍ ମତଲୁବ ଅଲ୍ଲୀଙ୍କ ଏକାନ୍ତ ସହଯୋଗୀ ରବିନ୍ଦ୍ର କୁମାର ସାହୁଙ୍କ ଆଜି ଦେହାନ୍ତ ହୋଇଯାଇଛି | ତାଙ୍କୁ ୭୬ ବର୍ଷ ହୋଇଥିଲା | ତାଙ୍କ ମୃତ୍ୟୁର ଖବର ପାଇ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ମଣିଯୋରୀ ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |  ନିଜେ ମନ୍ତ୍ରୀ ଶ୍ରୀ ଜେନା ଓ ସ୍ବର୍ଗତ ସାହୁଙ୍କ ଆତ୍ମୀୟ ତାଙ୍କ ମର ଶରୀରକୁ କାନ୍ଧରେ ଗ୍ରାମ୍ୟ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ | ବହୁସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ତଥା ସାରସ୍ୱତପ୍ରେମୀ ଉପସ୍ଥିତ ରହି  ସ୍ବର୍ଗତ ଶ୍ରୀ ସାହୁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ସ୍ବର୍ଗତ ସାହୁଙ୍କ ବଡ ପୁଅ କ୍ଷୀରୋଦ କୁମାର ସାହୁ ମୁଖାଗ୍ନି ପ୍ରଦାନ କରିଥିଲେ |

ଶ୍ରୀ ସାହୁଙ୍କ ବିୟୋଗରେ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ଶ୍ରୀ ଜେନା ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ଯେ , ସ୍ବର୍ଗତ ସାହୁଙ୍କ ବିୟୋଗରେ ସାହିତ୍ୟ ସଂସ୍କୃତି ସମ୍ପନ୍ନ ମାହାଙ୍ଗା ମାଟି ଜଣେ ସୁଯୋଗ୍ୟ ସନ୍ତାନ, ଆଦର୍ଶ ଶିକ୍ଷକ ସର୍ବୋପରି ଜଣେ ବିଶିଷ୍ଟ ସାରସ୍ୱତ ସାଧକଙ୍କୁ ହରାଇଲା |  ସ୍ବର୍ଗତ ସାହୁଙ୍କ ଉଦ୍ୟମରେ ମାହାଙ୍ଗା ଅଂଚଳରେ ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଥିଲା | ସ୍ବର୍ଗତ ମନ୍ତ୍ରୀ ମତଲୁବ ଅଲ୍ଲୀଙ୍କ ଘନିଷ୍ଠ ସହଯୋଗୀ ଭାବେ ମାହାଙ୍ଗାର ବିକାଶ ପାଇଁ ସେ ସଦା ସର୍ବଦା ଚେଷ୍ଟିତ ଥିଲେ | ମାହାଙ୍ଗା ଅଂଚଳ ଜଣେ ମୁରବୀଙ୍କୁ ହରାଇଲା | ତାଙ୍କ ବିୟୋଗ ମାହାଙ୍ଗାମାଟି ପାଇଁ ଅପୂରଣୀୟ କ୍ଷତି | ତାଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି | 

0
0
0
s2sdefault