html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର। ହତ୍ୟା ସନ୍ଦେହ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ଦୁର୍ଲଗା ଗ୍ରାମ ରାସ୍ତାକଡ଼ରୁ ଜଣେ ମୃତ ବ୍ୟକ୍ତିଙ୍କ ଦେହ ଠାବ କରିଛି ପୋଲିସ। ମୃତଦେହକୁ ଦେଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତବ୍ୟକ୍ତି ଜଣକ ଦୁର୍ଲଗା ଗ୍ରାମର ଇନ୍ଦ୍ରମଣି ସାହୁ ଓ ତାଙ୍କର ବୟସ ୪୨ ବର୍ଷ ବୋଲି ଜଣାପଡ଼ିଛି। 

ସୂତ୍ର ଅନୁଯାୟୀ, ଇନ୍ଦ୍ରମଣିଙ୍କ ତାଙ୍କ ପରିବାରର ସଦସ୍ୟଙ୍କ ସହ ମନୋମାଳିନ୍ୟ ଥିଲା। ଏନେଇ ପରିବାରର ଲୋକେ ଏକ ଅଭିଯୋଗ ମଧ୍ୟ କରିବାକୁ ଯାଇଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ଫାଣ୍ଡି ବାହାରେ ଏକ ବୁଝାମଣା ହୋଇଥିଲା ଓ ସମସ୍ତେ ଘରକୁ ଫେରିଯାଇଥିଲେ। ଘରକୁ ଫେରିବା ପରେ ଇନ୍ଦ୍ରମଣି ପୁନର୍ବାର ପରିବାରର ସଦସ୍ୟଙ୍କ ସହ ଝଗଡ଼ା କରି ଘରୁ ଚାଲିଯାଇଥିଲେ। ପରେ କିଛି ସ୍ଥାନୀୟ ଲୋକେ ତାଙ୍କର ମୃତଦେହ ଦେଖିବାକୁ ପାଇଥିଲେ ଏବଂ ପୋଲିସକୁ ଏ ସଂକ୍ରାନ୍ତରେ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ। 

ପୋଲିସ ଏକ ଅପମୃତ୍ୟୁ ମାମଲା (12/21) ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ଯଦିବା ଏହାକୁ ହତ୍ୟା ବୋଲି ସନ୍ଦେହ କରାଯାଉଛି, ମୃତ୍ୟୁର ଅସଲ କାରଣ ପାଇଁ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ଖବର ମିଳିଛି।

0
0
0
s2sdefault