ବରଗଡ :-ଆଜି ସନ୍ଧ୍ୟା ସମୟରେ ପାଇକମାଲ ବ୍ଲକ ମିଠାପଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ କଟଙ୍ଗପାଳି ଗ୍ରାମରେ ରହୁଥିବା ଗୋବିନ୍ଦ ଦାଶ (୩୮) ନିଜେ ବିଷ ( କୀଟ ନାଶକ )ପିଇବା ସହିତ ନିଜର ଦୁଇ ବର୍ଷୀୟ ଛୋଟ ପୁଅକୁ ବିଷ ପିଆଇ ଦେଇଥିଲେ । ଏହାପରେ ଉଭୟଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଯାଇଛି ଓ ଛୁଆଟି ବର୍ତ୍ତମାନ ଠିକ ଥିବା ଜଣା ପଡ଼ିଛି ।
ପ୍ରାପ୍ତ ସୂଚନା ଅନୁସାରେ ମିଠାପଲି ପଂଚାୟତ ର ଗୁରୁଣ୍ଡା ଗ୍ରାମର ଗୋବିନ୍ଦ ଗତ କିଛି ବର୍ଷ ତଳେ କଟଙ୍ଗପାଳିର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲା । ସେ ଉଭୟ କଟଙ୍ଗପାଳି ଓ ଗୁରୁଣ୍ଡା ରେ ରହୁଥିଲେ । ଆଜି କୌଣସି କାରଣ ବଶତଃ ପରିବାରରେ ଝଗଡା ହୋଇଥିବା କାରଣରୁ ଗୋବିନ୍ଦ ଏହିଭଳି କଠୋର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧଙ୍କର ନିର୍ଦେଶରେ ପୋଲିସ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଜାରି ରଖିଛି ।