ହେଡଲାଇନସ୍:

ବ୍ୟୁହରେ ଫସିଲେ ଅଭିମନ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  •  ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଙ୍ଗିରିପୋଷି ତହସିଲଦାର

  • ସରକାରୀ ଗାଡ଼ିରୁ ଜବତ ହେଲା ୨,୫୬,୫୦୫ ଟଙ୍କା 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ଦୁର୍ନୀତିରେ ଉବୁଟୁବୁ ହେଉଥିବା ବେଳେ ଏମାନଙ୍କ ମଧ୍ୟରୁ କେତେକ ଭିଜିଲାନ୍ସ ବିଛାଇଥିବା ଯନ୍ତାରେ ଧରାପଡ଼ି ଜେଲ ଯାଇଛନ୍ତି । ଏହି ସମୟରେ ଆଜି ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ  ପଣ୍ଡା ଆଜି ନିଜର ସରକାରୀ ଗାଡ଼ିରେ ୨,୫୬,୫୦୫ ଟଙ୍କା ଧରି ବାଲେଶ୍ୱର ମଲ୍ଲିକାଶପୁରସ୍ଥିତ ନିଜର ଦ୍ୱିତଳ ବାସଭବନକୁ ବାଙ୍ଗିରିପୋଷି ତହସିଲରୁ ଫେରୁଥିବା ବେଳେ ବାଲେଶ୍ୱର ନହରପାଟଣା ଛକ ନିକଟରେ ପୂର୍ବରୁ ଜଗି ବସିଥିବା ବାରିପଦା ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଛନ୍ତି । ଏହାପରେ ଭିଜିଲାନ୍ସ ଟିମ ପକ୍ଷରୁ ତାଙ୍କର ବାଲେଶ୍ୱର ମଲ୍ଲିକାଶପୁରସ୍ଥିତ ବାସଭବନ ଚଢ଼ାଉ ଜାରି ରହିଥିବା ବେଳେ ଶନିବାର ତାଙ୍କର ବାଙ୍ଗିରିପୋଷି ତହସିଲ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯିବାର ସୂଚନା ମିଳିଛି । ତେବେ ତହସିଲଦାର ଅଭିମନ୍ୟୁ  ପଣ୍ଡା ଜବତ ହୋଇଥିବା ୨,୫୬, ୫୦୫ ଟଙ୍କାର କୌଣସି ହିସାବ ଭିଜିଲାନ୍ସକୁ ଦେଇ ପାରି ନ ଥିବାରୁ ଟଙ୍କା ଓ ସରକାରୀ ଗାଡ଼ି ସହିତ ଅଭିମନ୍ୟୁଙ୍କୁ ଗିରଫ କରାଯାଇଥିବାର ଜଣାପଡ଼ିଛି । ପ୍ରକାଶ ଥାଉକି, ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କ ନାମରେ ବହୁ ଅଭିଯୋଗ ରହିଥିଲା । ସେ ଜଣେ ଦୁର୍ନିତିଖୋର ସରକାରୀ କର୍ମଚାରୀ ଭାବେ ବାଙ୍ଗିରିପୋଷି  ତହସିଲରେ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା |

0
0
0
s2sdefault