ହେଡଲାଇନସ୍:

ସମନ୍ଵିତ ଶିଶୁ ବିକାଶ ବିଭାଗ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ.. 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘଟଣା କୁ ଚପାଇ ଦେବାକୁ ପ୍ରଶାସନିକ ସ୍ତରରେ ଚାଲିଛି ଉଦ୍ୟମ!

ଟିଟିଲାଗଡ,  (ଗୌରବ ଦର୍ଜୀ ) -ଟିଟିଲାଗଡ଼ ବ୍ଲକ ବିଡିଓ ଙ୍କ ପ୍ରକୋଷ୍ଠ ରେ ମହିଳା କର୍ମଚାରୀ ପୁର୍ଣିମା ବୈଠାରୁ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ।  ମହିଳା କର୍ମଚାରୀ ଙ୍କୁ ବ୍ଲକ କାର୍ଯ୍ୟାଳୟ ର ମୁଖ୍ୟ କିରାଣୀ ଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି।  ଟିଟିଲାଗଡ଼ ବ୍ଲକ  ବିଡ଼ିଓ  ନବୀନ ନାଏକ ଙ୍କ ପ୍ରକୋଷ୍ଠ ରେ ଏହି ଘଟଣା ଘଟିଛି। ବ୍ଲକ କାର୍ଯ୍ୟାଳୟ କୁ ଏକ ଫାଇଲ ପାଇଁ ଯାଇଥିବା ସମୟରେ  ଫାଇଲ ବିଷୟରେ ଜାଣିବା ପାଇଁ ମୁଖ୍ୟ କିରାଣୀ  ଗୋପାଳ ଦାସ ଙ୍କୁ ବିଡ଼ିଓ ନିଜ ପ୍ରକୋଷ୍ଠ କୁ ଡ଼କାଇଥିଲେ।  କିନ୍ତୁ   ମୁଖ୍ୟ କିରାଣୀ ବିଡ଼ିଓ ଙ୍କ ସମ୍ମୁଖରେ ଓଲଟା ମହିଳା ସୁପର ଭାଇଜର ଙ୍କୁ ନାଳୀ ଆଖି ଦେଖାଇବା ସହ ଯାବତୀୟ ଭାଷାରେ ଦୁର୍ବ୍ୟବହାର କରିବା ସହ ଗାଳି ଗୁଲଜ କରି ତଡି ଦେଇଥିବା ମହିଳା ଅଭିଯୋଗ କରିଛନ୍ତି।   ଏସବୁ ଘଟଣା  ଟିଟିଲାଗଡ଼ ବିଡ଼ିଓ ନବୀନ ନାଏକ ଙ୍କ ଉପସ୍ଥିତି ରେ ଘଟିଥିବା ପୀଡ଼ିତା ତଥା ଦୁର୍ବ୍ୟବହାର ର ଶିକାର ହୋଇଥିବା ମହିଳା ଅଭିଯୋଗ କରିଛନ୍ତି। ନିଜ ବରିଷ୍ଠ କିରାଣୀକୁ ଅଟକାଇବା ପାଇଁ ବିଡ଼ିଓ ଚେଷ୍ଟା ମଧ୍ୟ କରି ନଥିବା ମହିଳା କହିଛନ୍ତି ।  ବିଡ଼ିଓ ମହାଶୟ ଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଯୋକାରିଣୀ।  ଟିଟିଲାଗଡ଼ ବ୍ଲକ ରେ ଥିବା ସମ୍ମନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ରେ ସୁପର ଭାଇଜର ପଦବୀ ସହ ଅତିରିକ୍ତ ଅଫିସ ଦାୟିତ୍ୱ ରେ ଥିବା କର୍ମଚାରୀ ପୂର୍ଣମୀ ବୈଠାରୁ।  ଏକ ଅଙ୍ଗେନବାଡି କେନ୍ଦ୍ର ଗୃହ ର ୟୁ ସି ପ୍ରମାଣ ପତ୍ର ପାଇଁ ବ୍ଲକ୍ କୁ ଯାଇଥିଲେ ହେଲେ ସେଠାରେ ଓଲଟା ଦୁର୍ବ୍ୟବହାର ର ଶିକାର ହେବା ଘଟଣା ତାଙ୍କୁ ମର୍ମାହତ କରିଛି ବୋଳି କହିଛନ୍ତି। ମହିଳା କର୍ମଚାରୀ କେତେ ସୁରକ୍ଷିତ ଏବଂ ସ୍ୱାଧୀନତା ଭାବରେ କାର୍ଯ୍ୟରତ ତାହାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ପୂର୍ଣମୀ ବୈଠାରୁ।  

ଅଭିଯୋଗ ଅନୁଯାୟୀ ଏକ କୋଠାଘର ଉପରେ ବଲାଙ୍ଗୀର  ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ୟୁସି ମାଗିଥିଲେ ।  ଏହାରି ଉପରେ ଟିଟିଲାଗଡ଼ ସିଡ଼ିପିଓ ସମ୍ପୃକ୍ତ ସୁପର ଭାଇଜରଙ୍କୁ ବ୍ଲକକୁ ଯାଇ ଆଣିବା ପାଇଁ କହିଥିଲେ। କିନ୍ତୁ ଏନେଇ ବ୍ଲକକୁ ଯାଇ ଥିବା ବେଳେ ବରିଷ୍ଠ କିରାଣୀ ଗୋପାଳ ଦାଶ ମହିଳା କର୍ମଚାରୀ ପୂର୍ଣମୀ ବୈଠାରୁଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଥିଲେ।  ମାନସିକ ସ୍ତରରେ ସେ ଭାଙ୍ଗି ପଡ଼ିଥିବା ବେଳେ ଏମିତି ଦୁର୍ବ୍ୟବହାର କୁ ନେଇ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଥିବା କହିଛନ୍ତି। ଟିଟିଲାଗଡ଼ ବିଡ଼ିଓ ଙ୍କ ନିକଟକୁ  ପ୍ରତିକ୍ରିୟା ପାଇଁ ଗଣମାଧ୍ୟମ ପହଞ୍ଚିଥିଲା  ହେଲେ ସେ ଗଣମାଧ୍ୟମ ଆଗରେ କିଛି କହିବାକୁ ମନା କରିଦେଇ ଥିଲେ ଏବଂ ଚୌକି ଛାଡି ଚାଲି ଯାଇଥିଲେ। ପରେ ଏନେଇ ସଂପୃକ୍ତ ମହିଳା କର୍ମଚାରୀ ଙ୍କୁ ଘଟଣା ସମ୍ପର୍କ ରେ ବାହାରେ କାହା କୁ ନ ଜଣାଇବା ଏବଂ ଗଣମାଧ୍ୟମ ଆଗରେ ଏ ଘଟଣା କୁ ପ୍ରକାଶ ନକରିବାକୁ ଟିଟିଲାଗଡ ପ୍ରଶାସନିକ ଅଧିକାରୀ ଏବଂ ବ୍ଲକ୍ ଅଧିକାରୀ ଚାପ୍ ପ୍ରୟୋଗ କରିଥିବା ବିଷୟ ଏବେ ଟିଟିଲାଗଡ ସହରର ହାଟରୁ ଯାଇ ଦଣ୍ଡ ରେ ଗଡୁଛି। ନିଜ ଚାକିରି କାଳ ସମୟରେ ସଚ୍ଚୋଟ ଏବଂ ନିଜ ଦକ୍ଷତା ର ପ୍ରମାଣ ଦେଇ ନିଷ୍ଠାର ସହ ଦାୟିତ୍ଵ ନିର୍ବାହ କରି ଆସୁଥିବା ମହିଳା କର୍ମଚାରୀ ଙ୍କୁ ପ୍ରଥମେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଓ ଘଟଣା କୁ ବାହାରେ ପ୍ରଘଟ ନ କରିବା ପାଇଁ ଚାପ୍ ପ୍ରଯୋଗ କରୁଥିବା ଅଭିଯୋଗ ମହିଳା କର୍ମଚାରୀ ଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବିଭାଗ ର ଅଧ୍ୟକ୍ଷ ଟିଟିଲାଗଡ ର ଉପଜିଲ୍ଲାପାଳ ରହିଥିବାରୁ ଏ ଘଟଣା ର ଉଚିତ୍ ନ୍ୟାୟ ପାଇବା ପାଇଁ ପୀଡ଼ିତା ଜଣକ ଉପ ଜିଲ୍ଲାପାଳ ଙ୍କ ପାଖରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। 

ଟିଟିଲାଗଡ଼ ର ବିଧାୟିକା ଟୁକୁନି ସାହୁ  ରାଜ୍ୟର ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ର ମନ୍ତ୍ରୀ ରହିଛନ୍ତି। ଆଉ ତାଙ୍କର ଘର ନିକଟରେ ବ୍ଲକ କାର୍ଯ୍ୟାଳୟ ରହିଛି ।  ହେଲେ ଏଠାରେ ବି ମହିଳା କର୍ମଚାରୀଙ୍କୁ  ସମ୍ମାନ ମିଳୁନାହିଁ।   ଯେଉଁଠି ମନ୍ତ୍ରୀଙ୍କ ବାସ ସ୍ଥାନ ସେହି ସ୍ଥାନରେ ତାଙ୍କରି ବିଭାଗ ଅଧିନସ୍ଥ ମହିଳା କର୍ମଚାରି ସୁରକ୍ଷିତ ନୁହଁନ୍ତି ତ ଅନ୍ୟ ସ୍ଥାନର ମହିଳା କର୍ମଚାରୀ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ବାଚୀ। ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିବା ବେଳେ ମନ୍ତ୍ରୀ ଶ୍ରୀମତୀ ସାହୁ ନିଜ ଅଂଚଳରେ ହୋଇଥିବା ଏଭଳି ଅଘଟଣ ଅଭିଯୋଗକୁ ଗୁରୁତ୍ୱର ଶାଗ ଗ୍ରହଣ କରିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି |   ତେବେ ଏହାରି ଉପରେ ଆଗକୁ କଣ ତଦନ୍ତ ହେଉଛି ଏବଂ କଣ ପଦକ୍ଷେପ ନିଆଯାଉଛି ନା ମନ୍ତ୍ରୀ ଙ୍କ ଇସାରା ରେ ସବୁ ରଫା ଦଫା ହେଉଛି ତାହାରି ଉପରେ ସମସ୍ତ ଙ୍କ ନଜର।

0
0
0
s2sdefault