ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୋଲିସ ଦୁର୍ଲଗା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମୂଲ୍ୟବାନ ସାମଗ୍ରୀ ଚୋରି ଅଭିଯୋଗରେ ପାଞ୍ଚଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁନୀଳ କୁମାର ପଟେଲ (28),ନିଜାମ ୟାସିନ (23),ପ୍ରକାଶ ଦାସ (32),ମାଧବ ଦାସ (27) ଓ ଲକ୍ଷ୍ମଣ ମେହେର(27)। ଏମାନଙ୍କ ବ୍ୟତୀତ ଜଣେ ନାବାଳକ ମଧ୍ୟ ଏହି ଚୋରି କାର୍ଯ୍ୟରେ ସାମିଲ ଥିବାର ସୂଚନା ମିଳିଛି। ନାବାଳକକୁ ବାଳ ସୁଧାର କେନ୍ଦ୍ରକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଗତ ୧୬ ମାର୍ଚ୍ଚରେ ଅଭିଯୁକ୍ତମାନେ ବିଦ୍ୟାଳୟରୁ ୭ଟି କମ୍ପ୍ୟୁଟର, ୨ ଟି ଲାପଟପ, ୨ଟି ଗ୍ୟାସ ସିଲିଣ୍ଡର ଚୋରି କରି ନେଇଥିଲେ। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତ ପରେ ଉକ୍ତ ଅଭିଯୁକ୍ତମାନେ ଏହି କାର୍ଯ୍ୟରେ ଲିପ୍ତ ଥିବା ପୋଲିସ ଜାଣିବାକୁ ପାଇ ସେମାନଙ୍କୁ ଗିରଫ କରିଥିଲା ଏବଂ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନଙ୍କ ନିକଟରୁ ଚୋରି ହୋଇଥିବା 4.1 ଲକ୍ଷ ଟଙ୍କା ମୂଲ୍ୟର ଚୋରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି।