ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲା ରେ ପୁଣି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜିଲ୍ଲା ର ରେଙ୍ଗାଲୀ ବ୍ଳକର କୁସମଡିହି ଗ୍ରାମରେ ମାନସିକ ଚାପରେ ରହି କୀଟନାଶକ ପିଇ ଜୀବନ ହାରିଲେ ହତାଶ ଯୁବ ଚାଷୀ ।
ସମ୍ବଲପୁର ଜିଲ୍ଲା ରେ କିଛି ମାସ ବ୍ୟବଧାନ ପରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି । ଏଥର ଜିଲ୍ଲା ର ରେଙ୍ଗାଲୀ ବ୍ଳକର କୁସମଡିହି ଗ୍ରାମର ୩୫ ବର୍ଷିୟ ଯୁବ ଚାଷୀ ଦାମୋଦର ବଗର୍ତ୍ତି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବ ଚାଷୀ ଦାମୋଦର ବଗର୍ତ୍ତି ରବି ରୁତୁରେ ଧାନ ବିକ୍ରି କଟକଣା ଏବଂ ଋଣ ପରିଶୋଧ କରି ନପାରି ଚିନ୍ତାରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କୁସମଡିହି ଗ୍ରାମରେ ଦାମୋଦର ନିଜର ୬ ଏକର ଚାଷ ଜମିରେ ଚାଷ କରୁଥିଲେ । ଏଥିପାଇଁ ବିଭିନ୍ନ ସୋସାଇଟି ସହ କିଛି ମହାଜନ ଙ୍କ ଠାରୁ ଧାର ଟଙ୍କା ମଧ୍ୟ ଆଣିଥିଲେ । ଏଥିସହ ସରକାରଙ୍କ ଗଭୀର ନଳକୂପ ଯୋଜନାରେ ନିଜ ଚାଷ ଜମିରେ ଏକ ଗଭୀର ନଳକୂପ ଖନନ କରିଥିଲେ । ତେବେ ନିଜ ଉତ୍ପାଦନ କରିଥିବା ଧାନ ବିକ୍ରି ପାଇଁ ବହୁ ସେ ବହୁ ଅସୁବିଧା ଭୋଗକରି ମାନସିକ ଚାପରେ ରହୁଥିଲେ । ଏଥିପାଇଁ ନିଜ ଜୀବନ ହାରିବା ଭଲି ଆତ୍ମହତ୍ୟା କରିବା ଭଲି ଚରମ ପଦକ୍ଷେପ ନେଇଥିଲେ। ଚାଷୀ ଦାମୋଦର ।
ଏବେ ଯୁବ ଚାଷୀ ଦାମୋଦର ଙ୍କ ମୄତ୍ୟୁ ପରେ ପୁରା ପରିବାର ଋଣ ପରିଶୋଧ ପାଇଁ ଚିନ୍ତାରେ । ସରକାରଙ୍କ ନିୟମ ମୁତାବକ ଧାନବିକ୍ରି ପାଇଁ ଚାଷୀ ଙ୍କ ନାମ ପଞ୍ଚିକରଣ ପରେ କାଡ ଦିଆଯାଇଥାଏ । ଏନେଇ ଦାମୋଦର ସମବାୟ ସମିତି କୁ ବାରମ୍ବାର ଯାଇଥିବା ବେଳେ ତାଙ୍କର କାଡ ହୋଇପାରିନଥିଲା । କାରଣ ସରକାରଙ୍କ ନିମୟ ଅନୁସାରେ ଚାଷୀ ନାମ ପଞ୍ଚିକରଣ ପୁର୍ବରୁ ଚାଷ ଜମି ର ସରକାରୀ ଖଜଣା ଦେବା ସହ ନଲକୂପ ର ବିଦ୍ୟୁତ ବିଳ ଦିଆଯାଇଥିବା ଆବଶ୍ୟକ । ଏଣୁ ଧାରକରଜରେ ଚାଷ କରିଥିବା ଦାମୋଦର ଙ୍କ କାଡ ହୋଇନପାରି ସେ ମାନସିକ ଚିନ୍ତାରେ ରହୁଥିଲେ । ତେବେ ଶେଷରେ ହତାସ ହୋଇ ଯୁବଚାଷୀ ଦାମୋଦର ନିଜ ଧାନ କ୍ଷେତକୁ ଯାଇ ସେଠାରେ କୀଟନାଶକ ପିଇ ଘରକୁ ଫେରି ଚେତାଶୁନ୍ୟ ହୋଇ ପଡ଼ିଯାଇଥିଲେ। ତାଙ୍କୁ ଗରୁୁତର ଅବସ୍ଥାରେ ପ୍ରଥମେ ସମ୍ବଲପୁର ସଦର ହସ୍ପିଟାଲ ଓ ପରେ ସଂକଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରତ କରାଯାଇଥିଲା। ପରେ ବୁର୍ଲା ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା
ସରକାର ତଥା ବିରୋଧୀ ଦଳ ଚାଷୀ ଙ୍କ ଧାନସମସ୍ୟା ସମାଧାନ ପାଇଁ ବାରମ୍ବାର ଆନ୍ଦୋଳନ କରି ରାଜନୀତି କରୁଥିବା ବେଳେ ଚାଷୀ ର ସମସ୍ୟା ଯେଉଠି କି ସେଇଠି।