ସମ୍ବଲପୁର/ଯୁଯୋମୁରା(ରମାକାନ୍ତ ବିଶ୍ବାଳ) - ସଦର ରେଞ୍ଜ ଅନ୍ତର୍ଗତ ଯୁଯୋମୁରା ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ l ଗତକାଲି ରାତ୍ର ୮ ଘଣ୍ଟା ସମୟରେ ବାର୍ଲେ ରୁଗୁଡିପଡ଼ାରେ ଦନ୍ତାହାତୀ ଦଳ ପଶିଆସି ଗ୍ରାମର ମୁକେଶ ଏବଂ କନ୍ଦର୍ପ ନାମକ ଦୁଇ ଜଣଙ୍କ ଘର ଭାଙ୍ଗି ଧାନ ଖାଇଥିଲେ I ପ୍ରାୟ ଏକ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ହାତୀଟି ଉପଦ୍ରବ ଜାରିରଖିଥିଲା l ଏ ନେଇ ବନବିଭାଗକୁ ଖବର ଦେବା ପରେ ପାଖାପାଖି ୮ଘ.୪୫ ମି. ସମୟରେ ବସିଆପଡ଼ା ଫରେଷ୍ଟର ପ୍ରଶାନ୍ତ ଓରାମ,ଗାର୍ଡ ସୁନୀଲ ମିର୍ଧା, ଝାଙ୍କରପାଲି ଫରେଷ୍ଟର ସୁନୀଲ ଖିଲାଡି,ଗାର୍ଡ କ୍ରିଷ୍ଣା ଖୁଣ୍ଟିଆ,୧୦ ଜଣ ଏଡିଏସ ସ୍କୁଆଡ ଏବଂ ୨ ଜଣ ଟ୍ରାକର ଆସି ଗ୍ରାମବାସୀଙ୍କ ସହାୟତାରେ ହାତୀକୁ ଜଙ୍ଗଲକୁ ଘଉଡାଇଥିଲେ l ଗତ ଦୁଇ ତିନି ଦିନ ତଲେ ମୁଣ୍ଢେର ଏବଂ ଜାମଟାଲ ଠାରେ ମଧ୍ୟ ଦନ୍ତା ହାତୀ ଦଳର ଉପଦ୍ରବରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅଭିଯୋଗ ହୋଇଥିଲା l ବାରମ୍ବାର ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଥୀବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ଆସନ୍ତା ସମୟରେ ବନବିଭାଗ ପକ୍ଷରୁ ହାତୀଉପଦ୍ରବ ରୋକିବା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି I
ଅଘଟଣ
ସଦର ରେଞ୍ଜ ବାର୍ଲେ ରୁଗୁଡିପଡ଼ାରେ ଦନ୍ତାହାତୀ ଆତଙ୍କ I
- Hits: 448