ବରଗଡ:-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଲଉଡ଼ମାଲ ଗ୍ରାମ ନିକଟରେ ବିଜୁ ଏକ୍ସପ୍ରେସ ୱେରେ କିଛି ସମୟ ପୂର୍ବରୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ହସ୍ତଗତ ହୋଇଥିବା ଖବର ଗୋଟେ ବାଇକରେ ବୁଟୁରାଖମାର ଗ୍ରାମର ତିନିଜଣ ଯୁବକ ଯାଉଥିବା ସମୟରେ ରେ ଜଣେ ସାଧାରଣ ଲୋଜକୁ ବାଇକ ଅରୋହି ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଗୋଟେ ଚାରିଚକିଆ ଜାନ ଧକ୍କା ଦେଇଥିବା ମଧ୍ୟ ଆଲୋଚନା ହେଉଛି । ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବରେ ଆହତ ହୋଇଥିବା ଜଣା ପଡ଼ିଛି । ମୃତକ କିମ୍ବା ଆହତ ମାନଙ୍କର ସଠିକ ପରିଚୟ ମିଳି ନଥିବା ବେଳେ ।ଆହତ ମାନଙ୍କୁ ଡାକ୍ତରଖାନା କୁ ପଠା ଯାଇଥିବା ବେଳେ ପାଇକମାଲ ପୋଲିସ ଘଟଣା ସ୍ଥଳକୁ ପହଂଛି ଦୁର୍ଘଟଣା ର ପ୍ରକୃତ କାରଣ ବିଷୟ ରେ ତଦନ୍ତ ଜାରି ରଖିଛି ।
ଅଘଟଣ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ ଓ ଦୁଇ ଗୁରୁତର
- Hits: 3328