ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)/ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) :ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡ଼ଃ ବିପନ ବିହାରୀ ସାହୁ ସମ୍ବଲପୁର ଭିଜିଲାନ୍ସ ଜାଲରେ । ସୂଚନାଯୋଗ୍ୟ ଯେ ଏକ ରୋଗୀଙ୍କ ହାଇଡ୍ରୋସିଲ ଅସ୍ତ୍ରୋପଚାର ଓ ଡାକ୍ତରଖାନାରୁ ଡିସଚାର୍ଜ ପାଇଁ ଡଃ ସାହୁ ୫ ହଜାର ୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ ରୋଗୀଙ୍କ ସମ୍ପର୍କୀୟ ରେଢ଼ାଖୋଲ ସହର ଏଲ ଆଇ ସି କୋଲୋନୀର ସୋମ୍ୟରଞ୍ଜନ ପ୍ରଧାନ ଏବାବଦରେ ସମ୍ବଲପୁର ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ । ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ରାସାୟନିକ ପ୍ରଳପ ଦିଆ ନଗଦ ୫ ହଜାର ୫ ଟଙ୍କା ଲାଞ୍ଚ ନେଉଥିବାବେଳେ ରେଡ୍ ହ୍ୟାଣ୍ଡରେ ସମ୍ବଲପୁର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ସମ୍ବଲପୁର ଭିଜିଲାନ୍ସ ପୋଲିସ କେସ ନଂ ୧୦/୨୮/୦୨/୨୦୨୧ U/s 7 P C ଆକ୍ଟ ୨୦୧୮ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ସମ୍ବଲପୁର ଭିଜିଲାନ୍ସ ଅଫିସକୁ ନିଆଯାଇଛି
ଅଘଟଣ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ରେଡାଖୋଲ ଏସଡିଏମଓ।
- Hits: 1358