ହେଡଲାଇନସ୍:

ଦନ୍ତା ହାତୀ ଆକ୍ରମଣରେ ମା ଓ ପୁଅଙ୍କ ମୃତ୍ୟୁ -ଗୁରୁତର ବାପା ଡାକ୍ତରଖାନାରେ ଭର୍ତ୍ତି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):  ଦନ୍ତା ହାତୀ ଆକ୍ରମଣରେ ମାଁ ଏବଂ ପୁଅଙ୍କ ଘଟଣା ସ୍ଥଳରେ ମୃତ୍ଯୁ।ସମ୍ବଲପୁର ଜିଲ୍ଲାର ଜମକିରା ଫରେଷ୍ଟ ରେଂଜ ଅନ୍ତର୍ଗତ ମହଦା ପଞ୍ଚାୟତର ଆଖାଡାଦାଣ୍ଡ ଗାଁ ନିକଟରେ ଘଟିଛି ଏହି ଅଭାବୀୟ ଘଟଣା। ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରରେ ଭର୍ତ୍ତି   କରାଯାଇଛି।

ସୂଚନାଯୋଗ୍ୟ ଯେ ସମ୍ବଲପୁର ଜିଲ୍ଲା ରେଙ୍ଗଲୋଇ ଗ୍ରାମ ପଞ୍ଚାୟତ ଗଣ୍ଡାକୋନା ଗ୍ରାମର ପ୍ରଶାନ୍ତ ମୁଣ୍ଡା (୩୫) ସପରିବାର ଝାରସୁଗୁଡ଼ାର ଓ ସମ୍ବଲପୁର ଜିଲ୍ଲାର ସିମାନ୍ତ ଆଖାଡାଦାଣ୍ଡ ଗାଁକୁ ଇଟା ଗଢିବାକୁ ଯାଇଥିଲେ। ସେଠାରେ ସେ ତାଙ୍କ ସ୍ତ୍ରୀ ରିନା ମୁଣ୍ଡା ଓ ପୁଅ ୧୦ ବର୍ଷର ପୁଅ ସାହିଦ ମୁଣ୍ଡାକୁ ନେଇ ଏକ ଅସ୍ଥାୟୀ କୁଡିଆ ଘରେ ରହୁଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଆସି କୁଡିଆକୁ ଭାଙ୍ଗି ଦେଇ ମାଁ ଓ ପୁଅଙ୍କୁ ଦଲି ଦେଇଥିଲା। ପ୍ରଶାନ୍ତଙ୍କୁ ଷଣ୍ଢରେ ଧରି କଚାଡି ଦେବାରୁ ତାଙ୍କର ପଞ୍ଜରା ହାଡ ଭାଙ୍ଗି ଯାଇଛି। ତାଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବନ ବିଭାଗ ଓ କୁଚିଣ୍ଡା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରି ମାଁ ଓ ପୁଅଙ୍କ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ଡାକ୍ତର ଖାନାକୁ ପଠାଇଛନ୍ତି। ସମ୍ବଲପୁର ଓ ଝାରସୁଗୁଡ଼ାର ଜିଲ୍ଲାର ଜଙ୍ଗଲି ତଲି ଅଞ୍ଚଳ ମାନଙ୍କରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଛି । ଫଳରେ ଅକାଳରେ ବହୁ ଜୀବନ ହାନି ଘଟୁଥିବା ବେଲେ ବହୁ ଧନ ସମ୍ପଦ ନଷ୍ଟ ହେଉଛି। ବାରମ୍ବାର ହାତୀ ଉପଦ୍ରବ ର କାରଣ ଖୋଜି ସ୍ଥାୟୀ ପ୍ରତିକାର କରିବା ପାଇଁ ଅଞ୍ଚଳରର ଲୋକେ ଦାବି କରିଛନ୍ତି।

0
0
0
s2sdefault