ହେଡଲାଇନସ୍:

ବିବାହ ଦିନ ବରକୁ ଉଠାଇ ନେଲା ପୁଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ, ପରେ ପ୍ରତାରଣା କରି ଅନ୍ୟତ୍ର ବିବାହ ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାଜା ରୋଷଣୀ ବଜାଇ ବରଯାତ୍ରୀ ସହିତ ବିବାହ କରିବାକୁ ବାହାରିବ ବର । ସମସ୍ତେ ଖୁସୀ ମନାଉଥିବା ବେଳେ ହଠାତ୍ ପୁଲିସ ପହଁଞ୍ଚି ବରକୁ ଉଠାଇ ନେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳ ଘୁଙ୍ଗୁପାହଡ଼ି ଗ୍ରାମରେ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଘୁଙ୍ଗୁପାହାଡ଼ି ଗ୍ରାମର  କିଶୋର ଓରଫ ତୁଳସୀ ପ୍ରଧାନ ଉକ୍ତ ଗ୍ରାମର ଜନୈକ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ତା ସହିତ ଶାରିରୀକ ସମ୍ପର୍କ ରଖିଆସୁଥିଲା । ଏହି ସମୟରେ ଯୁବତୀ ସହିତ ପ୍ରତାରିତ କରି ଅନ୍ୟ ଏକ ଯୁବତୀ ସହିତ ଫେବୃଆରୀ ୨୦ ବିବାହ କରିବାକୁ ଯାଉଥିଲା । ଆଜି କିଶୋର ପ୍ରଧାନ ବର ବେଶରେ ବିବାହ ବେଦୀରେ ବସିବା ପୂର୍ବରୁ ପିଡ଼ିତା ଯୁବତୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ପହଁଞ୍ଚି କିଶୋରଙ୍କ ବିରୋଧରେ ଅଭିଯୋଗ ଆଣିଥିଲା । ଏହାକୁ ନେଇ ଥାନାରେ କେଶ ନମ୍ବର ୨୮/୨୦୨୧ ଅନୁସାରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ କିଶୋରକୁ ଗିରଫ କରିଥିବାର ଜଣାପଡ଼ିଛି । 

0
0
0
s2sdefault