ହେଡଲାଇନସ୍:

କନ୍ୟା ଯାତ୍ରୀ ଗାଡି ଓଲଟି ୩ ମୃତ ଘଟଣା: ଗାଁରେ ଶୋକାକୂଳ ପରିବେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୋହନା: ଗଜପତି ଜିଲ୍ଲା ରା. ଉଦୟଗିରି ପଞ୍ଚାୟତ ଅନ୍ତର୍ଗତ କଙ୍କଡ଼ାଗୁଡ଼ା ବୁଲାଣିରେ ଗତ ୧୧ ତାରିଖରେ ବରଘରକୁ କନ୍ୟାଯାତ୍ରୀ ଧରି ଯାଉଥିବା ଏକ ୪୦୭ ମିନିଟ୍ରକ ନଂ- ଓଆର୦୨ କେ୫୮୬୫ ଓଲଟି ପଡିବାରୁ ଘଟଣାସ୍ଥଳରେ ଗାଡ଼ି ତଳେ ଚାପି ହୋଇ ୨  ଜଣ ଯାମଡ଼ିହ ଗ୍ରାମର ଜୟନ୍ତ ଦଳବେହେରା ଓ ଗାୟତ୍ରୀ ରଇତଙ୍କରମୃତ୍ୟୁ ଘଟିଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକଲରେ ଚିକିତ୍ସିତ ଅବସ୍ଥାରେ ୫ ବର୍ଷର ନାବାଳିକା ଝିଅ ଗାୟତ୍ରୀ ମଣ୍ଡଳ ମୃତ୍ୟୁବରଣ କରିଥିଲେ । ଗ୍ରାମରେ ଶବ ପହଞ୍ଚିବାପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ଏଭଳି ଦୁଃଖଦ ଘଟଣାରେ ଆଖପାଖ ଗ୍ରାମର ଲୋକେ ମ୍ରିୟମାଣ ହୋଇ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସାନ୍ତ୍ଵନା ଦେବାପାଇଁ ଗାଁରେ ପହଞ୍ଚିଥିଲେ ମୋହନା ବ୍ଲକ ଅଧ୍ୟକ୍ଷା ସୁକି ଶବର,ବ୍ଲକ ବିଜେଡ଼ି ସଭାପତି ରଞ୍ଜିବ ଶବର ଓ ଆଦିବାସୀ ନେତା ରାମ ଦଳବେହେରା। ଅପରପକ୍ଷେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା  ଆହତମାନଙ୍କ  ପାଖରେ ମୋହନା ବିଡିଓ ବଂଶୀଧର ଖୋସ୍ଲା , ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ପହଞ୍ଚି ଆଶ୍ଵସନା ଦେବା ସହ ଆରୋଗ୍ୟ କାମନା କରିଥିଲେ। ବିଡିଓ ଶ୍ରୀ ଖୋସ୍ଲା ଗୁରୁତର ଆହତ ୮ ଜଣ ରୋଗୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ମେଡ଼ିକାଲ ନେବାପାଇଁ ଗସ୍ତ ଖର୍ଚ୍ଚ ବାବଦକୁ ପରିବାରବର୍ଗଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। 

 

0
0
0
s2sdefault