ହେଡଲାଇନସ୍:

କୁମ୍ଭାରମୁଣ୍ଡା ଠାରେ ବନ୍ଧୁକ -ଭୁଜାଲି ଦେଖାଇ ସହଜ ଜନ ସେବା କେନ୍ଦ୍ର କର୍ମଚାରୀଙ୍କ ଠାରୁ ଲୁଟ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲୁଟି ନେଲେ ଲାପଟପ, ୮୦ ହଜାର ଟଙ୍କା,୨ ମୋବାଇଲ, ସ୍ୱାପ ମେସିନ, ପାନ କାର୍ଡ ଓ ଏଟିମ କାର୍ଡ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଦିନକୁ ଦିନ ଚୋରି , ଲୁଟ, ଡକାୟତି ଭଳି ଘଟଣା ମାନ ବଢ଼ିବାରେ ଲାଗିଛି। ହେଲେ  ବୁଧବାର ଦିନ ସକାଳ ପ୍ରାୟ ୧୦ଟା ବେଳେ  ୪ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଓ ଭୁଜାଲି ଦେଖାଇ,  ରେଢାଖୋଲ ଥାନା ତ୍ରିବଣପୁର ପଞ୍ଚାୟତ ଅନ୍ତର୍ଗତ  ଚୁପକା ଗ୍ରାମର ଜିତେନ୍ଦ୍ର କୁମାର ସାମଲ ନାମକ ଜଣେ ସହଜ ଜନ ସେବା କେନ୍ଦ୍ରର କର୍ମଚାରୀଙ୍କ ଠାରୁ ଚୁପକା - ତ୍ରିବଣପୁର ରାସ୍ତାର  କୁମ୍ଭାରମୁଣ୍ଡା ନିକଟରୁ  ଲୁଟ ହୋଇଛି। ଦୁବୃତ୍ତ ମାନେ ବନ୍ଧୁକ ମୁନ, ଭୁଜାଲି ଦେଖାଇ ଜିତେନ୍ଦ୍ରଙ୍କୁ ଭୟଭୀତ କରି  ତାଙ୍କ ଠାରୁ ଗୋଟିଏ ଲାପଟପ, ୮୦ ହଜାର ଟଙ୍କା, ୨ଟି ମୋବାଇଲ, ସ୍ୱାପ ମେସିନ,, ପାନ କାର୍ଡ, ଏଟିଏମ କାର୍ଡ ଆଦି ଲୁଟି ନେଇଛନ୍ତି। ଏପରିକି ଜିତେନ୍ଦ୍ରଙ୍କ ବାଇକ ଚାବି ମଧ୍ୟ ନେଇ ଯାଇଛନ୍ତି। ହେଲେ ସ୍ପଷ୍ଟ ଦିବା ଲୋକରେ ଏଭଳି ଲୁଟ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। 

ବିଶେଷ ସୂତ୍ରରୁ ଜଣା ଯାଇଛି ଯେ  ରେଢାଖୋଲ ଥାନା , ତ୍ରିବଣପୁର ପଞ୍ଚାୟତ ଅନ୍ତର୍ଗତ  ଚୁପକା  ଗ୍ରାମର ଜିତେନ୍ଦ୍ର କୁମାର ସାମଲ ନାମକ ବ୍ୟକ୍ତି   ତ୍ରିବଣପୁର ଗ୍ରାମ ଠାରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କର ଏକ ସହଜ ଜନ ସେବା କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ସବୁ ଦିନ ପରି  ଜିତେନ୍ଦ୍ର ନିଜ ଗ୍ରାମ ଚୁପକା ଗ୍ରାମରୁ ବୁଧବାର ସକାଳ ପ୍ରାୟ ୧୦ ଟା ବେଳେ ବାହାରି ତାଙ୍କ ବାଇକ ଯୋଗେ ତ୍ରିବଣପୁର ଯାଉଥିଲେ। ବାଇକରେ ଯାଉ ଥିବା ବେଳେ ରାସ୍ତାର କୁମ୍ଭାରମୁଣ୍ଡା ନିକଟରେ ଏକ କଳା ରଙ୍ଗର ପଲସର ଓ  ଏକ ଆପାଚି ଆଦି ୨ ଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ପ୍ରଥମେ ବନ୍ଧୁକ ମୁନ ଓ ଭୁଜାଲି ଦେଖାଇ ଭୟଭୀତ କରାଇବା ପରେ ତାଙ୍କ ପାଖରୁ ପ୍ରଥମେ ବାଇକ ଚାବି ନେଇ ଯିବା ପରେ ପୁଣି ତାଙ୍କ ପାଖରେ ଥିବା ଗୋଟିଏ ଲାପଟପ, ୮୦ ହଜାର ଟଙ୍କା, ୨ ଟି ମୋବାଇଲ, ସ୍ୱାପ ମେସିନ,, ପାନ କାର୍ଡ, ଏଟିଏମ କାର୍ଡ ଆଦି ଲୁଟି ନେବାରେ ସକ୍ଷମ ହୋଇଥିଲେ। ଖବର ପାଇ  ଘଟଣା ସ୍ଥଳକୁ ରେଢାଖୋଲ ପୋଲିସ ଏସଡିପିଓ ହାଡ଼ିବନ୍ଧୁ ସ୍ୱାଇଁ, ଏଏସଆଇ ତ୍ରିବେଣୀ ପ୍ରଧାନ ପ୍ରମୁଖ ସଦଳ ବଳେ  ଯାଇ ତଦନ୍ତ ଜାରି ରଖିଛନ୍ତି। ହେଲେ  ରେଢାଖୋଲ ଅଞ୍ଚଳରେ ଦିନକୁ ଦିନ ଏପରି ଘଟଣା ଘଟି ବଢ଼ିବାରେ ଲାଗି ଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସହିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

0
0
0
s2sdefault