ବାରିପଦା (ଦିଲ୍ଲୀପ ମହାନ୍ତି) : ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ। ନିଜ ସ୍ତ୍ରୀ କୁ କାଠ ଫାଳିଆ ରେ ପିଟି ପିଟି ହତ୍ୟା କରିଛି ମଦ୍ୟପ ସ୍ବାମୀ। ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ। ସୂଚନା ଅନୁଯାୟୀ ସୋମବାର କୌଣସି କାରଣ ବଶତଃ ସ୍ତ୍ରୀ ବୁଦୁଲୁ କଟୁଆଳର ସ୍ଵାମୀ ମଙ୍ଗଲୁ କଟୁଆଳ ସହିତ ବଚସା ହୋଇଥିଲା । ତେବେ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେବା ପରେ ସ୍ବାମୀ ମଦ୍ୟପାନ କରି ସ୍ତ୍ରୀ କୁ ଠେଙ୍ଗାରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି । ନିଜ ସ୍ତ୍ରୀ କୁ ହତ୍ୟା କରିବା ପରେ ସ୍ବାମୀ ନିଜ ଘର ସମ୍ମୁଖରେ ଗାତ ଖୋଳି ପୋତିବା ପାଇଁ ଚେଷ୍ଟା କରୁଥୁଲା ।
ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ମୋରଡ଼ା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମୋରଡ଼ା ପୋଲିସ ଘଟଣାସୁଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତି ସ୍ବାମୀ କୁ ଗିରଫ କରିଥିବା ଜଣାପଡ଼ିଛି । ମଙ୍ଗଳବାର ସକାଳେ ଘଟଣାସୁଳରେ ମାଜିଷ୍ଟ୍ରେଟ ଭାବେ ମୋରଡ଼ା ତହସିଲଦାର, ମୋରଡ଼ା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରିଛନ୍ତି। ଘର ନିକଟରେ ପଡିଥିବା ଏକ ଠେଙ୍ଗା ଓ ଲୁହା ପାଇପ କୁ ପୋଲିସ ଜବତ କରିଥିବା ବେଳେ ଏ ସବୁ ହତ୍ୟାକାଣ୍ଡ ରେ ବ୍ୟବହୃତ ହୋଇଥିବା ଅନୁମାନ କରୁଛି ପୋଲିସ । ମୋରଡ଼ା ପୋଲିସ କେଶ ନମ୍ବର ୭/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଛି।