ଝାରସୁଗୁଡ଼ା :(ସୁଭାଷ ସହାରେ )-ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ପୋଲିସ ଜନୈକ ଠିକାଦାରଙ୍କୁ ଧମକଚମକ ଓ ଲୁଟପାଟ ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ସୂଚନାନୁସାରେ, ଏସଏମସିରେ ଠିକାଦାର ଥିବା ଝାଡ଼ଖଣ୍ଡର ଆଜାଦ ଖାନଙ୍କୁ ଧମକଚମକ ଦେଇ କିଛି ଅସାମାଜିକ ବ୍ୟକ୍ତି ତାଙ୍କର ଅନର 7ସି ମୋବାଇଲ ଫୋନ ଲୁଟି ନେଇଥିବା ଆଜାଦ ବଡ଼ମାଲ ଥାନାରେ ଅଭିଯୋଗ କରିଥିଲେ। ଗତ ୫ ଫେବୃଆରୀରେ ରାତି ପ୍ରାୟ ୯ଟାରେ ଏସଏମସି ରୋଡରେ ଏହି ଅସାମାଜିକ ବ୍ୟକ୍ତିଙ୍କ ଦ୍ବାରା ଏପରି କାଣ୍ଡ ଘଟିଥିବା ବଡ଼ମାଲ ପୋଲିସ ସୂଚନା ଦେଇଛନ୍ତି। ପୋଲିସ ଏ ମାମଲାରେ ୬ ଫେବୃଆରୀରେ ଆଇପିସି ଧାରା ୟୂ/ଏସ ୩୯୪ ରେ ମାମଲା ରୁଜୁ କରି ବୁଲୁ ରନବିଦା, ଅଭିଷେକ ତନ୍ତୀ, ସାହିଲ ରୋହିଦାସ ତଥା ଘଟଣାର ମାଷ୍ଟରମାଇଣ୍ଡ ସନ୍ଦୀପ ପାଣ୍ଡେଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସେମାନଙ୍କଠାରୁ ଲୁଟ ହୋଇଥିବା ମୋବାଇଲ ଫୋନ ଓ ଘଟଣାରେ ବ୍ୟବହୃତ ହୋଇଥିବା ଓଡି୨୩ଜି୭୩୧୮ ବଜାଜ ଏଭେଞ୍ଜର ଏମସି ବାଇକକୁ ମଧ୍ୟ ଜବତ କରିଛି।