ହେଡଲାଇନସ୍:

ସୁନା କାନଫୁଲ, କଟୁରୀ, ଦୁଇ ମୋବାଇଲ ସହ ତିନି ଡକାୟତଙ୍କୁ ଗିରଫ 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 ଅପରାଧୀଙ୍କ ବିରୋଧରେ ରେଢ଼ାଖୋଲ ପୋଲିସ କାର୍ଯ୍ୟକ୍ରମକୁ ଲୋକଙ୍କ ବାହାବା 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ):ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ସିନେମା ଷ୍ଟାଇଲରେ  ପୋଲିସ ଆପରାଧି ଗ୍ୟାଙ୍ଗକୁ ଧରିବାରେ ସଫଳତା ପରେ ପୁଣି ଆଜି ପୋଲିସ ଏସ ଡି ପି ଓ ହାଡ଼ିବନ୍ଧୁ ସ୍ୱାଇଁଙ୍କ ନେତୃତ୍ୱରେ ନାକଟିଦେଉଲ ଅଂଚଳରେ ଚଢ଼ଉକରୀ ଦୁଇ ଜଣ ଡକାୟତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ରେଢ଼ାଖୋଲ ଥାନା କେଶ ନ ୧୩୮/୧୮/୦୮ ୨୦୨୦ -୩୪୧/୩୫୪/୩୯୪/୫୦୬/୪୧୧/34 IPC ଧାରାରେ କାର୍ତ୍ତିକ ନାଏକ ଏବଂ ରିତୁ ପ୍ରଧାନ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଫେରାର ଥିବା ଅଭିଯୁକ୍ତ ଦୁଇ ଜଣଙ୍କୁ ନାକଟିଦେଉଲ ଅଞ୍ଚଳରେ ଚଢ଼ାଉ କରି ରେଢ଼ାଖୋଲ ସହରର ବାସିନ୍ଦା ନୂଆସାହିର କାର୍ତ୍ତିକ ନାଏକ ଏବଂ ଲାଇଣ୍ଡାମାଲ ଗ୍ରାମର ରିତୁ ପ୍ରଧାନଙ୍କୁ ଗିରଫ କରିଥିଲା  । ସେମାନଙ୍କଠାରୁ କିଛି ପରିମାଣର ସୁନା ଗହଣା ସହିତ ବିଭିନ୍ନ ମାରଣାସ୍ତ୍ର  ଜବତ କରି କୋର୍ଟ ଚାଲାଣ କରିଥିଲା । ଏହାସହିତ ସେମାନଙ୍କ ଠାରୁ କିଣିଥିବା ସୁନା ଗହଣା ରେଢ଼ାଖୋଲ ସହରର କେନ୍ଦୁକଟା ଗ୍ରାମର ନରେନ୍ଦ୍ର ପ୍ରଧାନକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ କାର୍ତ୍ତିକ ନାଏକ ରେଢ଼ାଖୋଲ ଥାନାରେ ଆଗରୁ ବିଭିନ୍ନ ମାମଲା  ୧୫ଟି  ଥିବା ରେଢ଼ାଖୋଲ ଥାନାଧିକାରୀ ସୁରବାବୁ ଛତ୍ରିଆ ସୂଚନା ଦେଇଛନ୍ତି।  ଅପରାଧୀ ମାନଙ୍କୁ ଧରିବାରେ ପୋଲିସର ଏଭଳି ସଫଳ ପଦକ୍ଷେପକୁ ରେଢ଼ାଖୋଲ ଜନ ସାଧାରଣଙ୍କ ପ୍ରଶଂସା କରିଛନ୍ତି | 

0
0
0
s2sdefault