ହେଡଲାଇନସ୍:

ଲାଞ୍ଚନେବା ଭିଡ଼ିଓ ଭାଇରାଲ ପରେ ନିଲମ୍ବିତ ହେଲେ କିରାଣୀ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଲାଞ୍ଚ ନେଉଥିବାବେଳେ ଧରାପଡିଲେ ବରିଷ୍ଠ କିରାଣୀ । ଲାଞ୍ଚ ନେବାର ଭିଡିଓ ଭାଇରାଲ ହେବା ପରେ ଉକ୍ତ କିରାଣୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଲାଞ୍ଚ ଘଟଣାର ଭିଡିଓ ଭାଇରାଲ ପରେ ସମ୍ପୃକ୍ତ କିରାଣୀ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ।

କାଲିମେଳା ତହସିଲରେ କାର୍ଯ୍ୟରତ ବରିଷ୍ଠ କିରାଣି ଭେଜାଙ୍ଗିୱାଡାର ଜଣେ ବ୍ୟକ୍ତିଙ୍କ ଠାରୁ ଜମି ପଟ୍ଟା କରାଇଦେବା ନିମନ୍ତେ ୫୦ ହଜାର ଟଙ୍କା ଲାଞ୍ଚ ନେବା ସହ ଆଉ ଏକ ଲକ୍ଷ ଟଙ୍କା ପରବର୍ତ୍ତି କିସ୍ତିରେ ଦେବାପାଇଁ ଦାବି କରୁଥିବା ଏକ ଭିଡିଓ ଭାଇରାଲ ହେବାପରେ ଆଜି ଜିଲ୍ଲାପାଳ ୱାଇ. ବିଜୟ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ । ଉପ- ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଘଟଣାର ତଦନ୍ତ କରିବା ସହ ଶ୍ରୀ ସେଠୀଙ୍କ ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇଲା ପରେ ଜିଲ୍ଲାପାଳ ଶ୍ରୀ ବିଜୟ କାର୍ଯ୍ୟରେ ଅବହେଳା ଓ ଦୁର୍ନିତି ପ୍ରମାଣ ପାଇବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସୁଚନା ଥାଉକି ଏଥିପୁର୍ବରୁ କିଛିଦିନ ତଳେ ଏହି କାଲିମେଳା ତହସିଲରେ ଚଞ୍ଚକତା କରି ପଟ୍ଟା କରାଇବା ବିବାଦରେ କନିଷ୍ଠ କିରାଣୀ ଦିବ୍ୟସିଂହ ପାଇକରାୟ ଓ ରାଜସ୍ବ ନିରୀକ୍ଷକ ସୁରେଶ ପୁଜାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ।

0
0
0
s2sdefault