ହେଡଲାଇନସ୍:

ଗୌତମ ନଗର ଚୋରି ଘଟଣାର ପର୍ଦ୍ଧାଫାସ : ଘଟଣାରେ ସଂପୃକ୍ତ ଥିବା ଆନ୍ତଃ ଜିଲ୍ଲା ୨ ଚୋର ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ ) : ଗୌତମ ନଗର ୬ଷ୍ଠ ଲାଇନରେ ରହୁଥିବା ଲିଙ୍ଗରାଜ ଲେଙ୍କାଙ୍କ ଘରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ । ରାୟଗଡ ପୋଲିସ ୨୦ ହଜାର ଟଙ୍କା ସହ ଗୋଟିଏ ସୁନାର ହାର ଏବଂ ଗୋଟିଏ ଯୋଡା କାନ ଫୁଲ ଉଦ୍ଧାର କରିଛି । ଏ ନେଇ ରାୟଗଡ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଚନ୍ତି । ୨୭ ଡିସେମ୍ବର ୨୦୨୦ରେ ଲିଙ୍ଗରାଜ ଲେଙ୍କା ତାଙ୍କ ପରିବାର ସହ ନିଜ ପୈତୃକ ଗ୍ରାମକୁ ଯାଇଥିଲେ ଓ ୦୭ ଜାନୁୟାରୀରେ ସେ ଘରକୁ ଫେରିବା ପରେ ଘରର ମୁଖ୍ୟ ଦ୍ୱାରର ତାଲ ଭଙ୍ଗାଯାଇଥିବା ସହ ଆସବାବ ପତ୍ର ଗୁଡିକ ଏଣେତେଣେ ପଡିିଥିବା ଦେଖିବାକୁ ପାଇଥିଲେ ଘରର ସଦସ୍ୟ ମାନେ । ଘଟଣା ସଂପର୍କରେ ଲିଙ୍ଗରାଜଙ୍କ ପୁଅ ରାୟଗଡ ଥାନାରେ ଲିଖିତ ଆକାରରେ ଜଣାଇଥିଲେ । ଏସ.ପି ଶ୍ରୀ ଶର୍ମା ନିଜେ ଘଟଣା ସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା  ସହ ସନ୍ଧାନୀ କୁକୁରର ସହାୟତାରେ ତଦନ୍ତ ଆରମ୍ଭ କରାଯାଇଥିଲା । ରାୟଗଡ ଥାନା କେଶ ନଂ ୫ ତା ୦୭.୦୧.୨୦୨୧ ଧାରା ୪୫୭/୩୮୦ ପ୍ରକାରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ୧୩ ଦିନ ପରେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଟାନ ଯୋଗୁଁ ରାୟଗଡା ପୋଲିସ ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୨୦ ହଜାର ଟଙ୍କା ସହ ଚୋରି ହୋଇଥିବା ସୁନାର ଗହଣାକୁ ଜବତ କରିଛି । ଏଥି ସହ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ଗୋଟିଏ ପଲସର ମୋଟର ସାଇକେଲ ଏବଂ ଟିଭିଏସ ମୋଟର ସାଇକେଲକ ଜବତ କରିଛି । ଗିରଫ ହୋଇଥିବା ୨ ଅଭିଯୁକ୍ତ ମାନେ ପୂର୍ବରୁ ମଧ୍ୟ ବହୁ ଚୋରି ମାମଲାରେ ସଂପୃକ୍ତ ଅଛନ୍ତି । ପୂର୍ବରୁ ମଧ୍ୟ କେଶ ନଂ ୨୪୫/୨୦୨୦ ପ୍ରକାରେ ଅଭିଯୁକ୍ତ ମାନଙ୍କ ନାମରେ ରାୟଗଡା ଥାନାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୁକ୍ତ ମାନେ ରାୟଗଡା ଜିଲ୍ଲା ବ୍ୟତୀତ ପୋଡଶୀ ଜିଲ୍ଲା ଗୁଡିକରେ ହୋଇଥିବା କେତେକ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ଓ ଜଗତସିଂହପୁର ଜିଲ୍ଲାରେ ହୋଇଥିବା କେତେକ ଚୋରି ଘଟଣାରେ ମଧ୍ୟ ଗିରଫ ହୋଇଥିବା ୨ ଅଭିଯୁକ୍ତ ସାମିଲ ଥିବା ନେଇ ଏସ୍.ପି ସୂଚନା ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ତପନ ନାରାୟଣ ରଥ, ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଏସ.ଆଇ ମାନସ ସାହୁ, ଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।   

0
0
0
s2sdefault