ଟିକେ ଗାଡ଼ିରୁ ଓହ୍ଲାଇ ପିଲାଟିର ଭଲମନ୍ଦ ବୁଝିଥିଲେ କଣ ଯୁଗ ଓଲଟି ପଡିଥାନ୍ତା !!!
ବାଇକ ଚାଳକ ଏବଂ ପଦ୍ମପୁର ତହସିଲଦାର କାର ମଧ୍ୟରେ ଦୁର୍ଘଟଣା
ପଦ୍ମପୁର- ପଦ୍ମପୁର ଆରଆଇ ଅଫିସ ସମ୍ମୁଖରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଜଣେ ବାଇକ ଚାଳକ ଏବଂ ପଦ୍ମପୁର ତହସିଲଦାର ନିଜେ ଚଲାଉଥିବା କାର ମଧ୍ୟରେ ଦୁର୍ଘଟଣା ହୋଇଥିଲା । ବାଇକ ଚାଳକ ଏବଂ ତହସିଲଦାରଙ୍କ ଏହି ଦୁର୍ଘଟଣାରେ ବାଇକ ଚାଳକ ବିଶେଷ ଭାବରେ ଗୁରୁତର ହୋଇଛନ୍ତି ।ବାଇକ ଆରୋହୀଙ୍କୁ ସ୍ଥାନୀୟ ଲୋକେ ଡାକ୍ତର ଖାନାକୁ ନେଇଥିଲେ । ଏଠି ବିଡମ୍ବନାର ବିଷୟ ଏହାକି ବାଇକ ଆରୋହୀ କିପରି ଅଛି ନା କଣ ସେ ବିଷୟରେ ପଚାରିବା ବଦଳରେ ତହସିଲଦାର ନିଜ କାର ଠିକ ଅଛି ନା ନାହିଁ ତାହା ଦେଖିଥିଲେ । ପିଲା ପାଖକୁ ଯିବା ବା ତାକୁ ଦେଖିବା ବଦଳରେ ଗୋଟାଏ ଦୋକାନ ଆଡକୁ ଚାଲିଗଲେ | ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ ଲୋକଙ୍କୁ ସହାୟତା କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥାଏ ହେଲେ ଏଠି ଏହାର ଓଲଟା ଦେଖିବାକୁ ମିଲିଥିଲା ଅନ୍ୟ ପଟେ ଯୁବକ ଜଣକ ଛାତିରେ ଅଧିକ ଯନ୍ତ୍ରଣା ଅନୁଭବ କରୁଥିବା ସୂଚନା ମିଳିଛି । ବାଇକ ଆରୋହୀଙ୍କ ଉଚ୍ଚତର ଚିକିତ୍ସାର ଆବଶ୍ୟକ ପଡିପାରେ । ସେ ଯାହା ବି ହେଉ , ବାଇକ ଚାଳକଙ୍କ ଦେହ ସମ୍ପୂର୍ଣ୍ଣ ଭଲ ଥାଉ, ହେଲେ ତହସିଲଦାରଙ୍କ ହାବଭାବକୁ ନେଇ ଲୋକଙ୍କ ଭିତରେ ଟିକେ ମନଉଣା | ଟିକେ ମଣିଷ ପଣିଆ ଦେଖେଇ ଥିଲେ ହେଇନଥାନ୍ତା ! ଦୁର୍ଘଟଣା ତ ଦୁର୍ଘଟଣା , ଦୋଷ ଯାହାର ବି ଥାଉ | ଟିକେ ଗାଡ଼ିରୁ ଓହ୍ଲାଇ ପିଲାଟିର ଭଲମନ୍ଦ ବୁଝିଥିଲେ କଣ ଯୁଗ ଓଲଟି ପଡିଥାନ୍ତା କି ବୋଲି ଲୋକମାନେ କୁହାକୁହି ହେଉଥିଲେ |