ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି ଠାରେ ଘଟିଥିବା ଏମଡି ଅଫତାର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ । ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ବଲପୁର ଧନୁପାଲି ପୋଲିସ ୨ ଜଣ ଙ୍କୁ ଗିରଫ କରି କୋଟଚାଲାଣ କରିଥିବା କହିଛନ୍ତି। ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର । ଏନେଇ ସମ୍ବଲପୁର ଏସପି ଅଫିସରେ ଏକ ସାମ୍ବାଦିକ ସମ୍ବିଳନି ରେ ସୂଚନା ଦେଇ କହିଥିଲେ ଯେ ଗତ ଡିସେମ୍ବର ୬ ତାରିଖରେ ଗେଙ୍ଗୁଟିପାଲି ବନ୍ଧ ନିକଟରେ ଏମଡି ଅଫତାର ନାମକ ଜଣେ ଯୁବକ କୁ ହତ୍ୟା କରାଯାଇଥିଲା । ମୃତଦେହର ମୁଣ୍ଡକୁ ଛେଚି ଦିଆଯାଇଥିବାରୁ ଏହି ହତ୍ୟାକାଣ୍ଡ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିଲା । ସମ୍ବଲପୁର ପୋଲିସ ହତ୍ୟାକାରୀ କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ତେବେ ବ୍ୟତିଗତ ଝଗଡା ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ଏସପି । ଏହି ହତ୍ୟାକାଣ୍ଡ ଘଟଣାରେ ଧନୁପାଲି ପୋଲିସ ସୁନାପାଲି ଦିକ୍ଷିତପାଲିର ଅଜୟ ମୁଣ୍ଡା ଓ ଦଲେଇପଡାର ରାକେସ ଖମାରି ଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଅଜୟ ନାରେ ଧନୁପାଲି ଥାନାରେ ୩ ଟି ,ସଦରଥାନାରେ ୧ କେସ ଥିବାବେଳେ ,ଅନ୍ୟତମ ଅଭିଯୁକ୍ତ ରାକେସ ନାରେ ସଦର ଥାନାରେ ୨ ଟି କେସ ଥିବା ସମ୍ବଲପୁର ପୋଲିସ ସୂଚନା ଦେଇଛି ।
ଅଘଟଣ
ସୁନାପାଲି ଏମଡି ଅଫତାବ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ସମ୍ବଲପୁର ପୋଲିସ।
- Hits: 540