ହେଡଲାଇନସ୍:

ମାଛ ମାରିବାକୁ ଯାଇ ହୀରାକୁଦ ଜଳଭଣ୍ଡାରରେ ବୁଡିଯାଇ ଯୁବକ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁର((ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା  ରେଙ୍ଗାଲି  ଥାନା  ଅର୍ନ୍ତଗତ  ତୁରିଟିକ୍ରା ଗ୍ରାମରେ ଅଭାଵନିୟ  ଘଟଣା ଘଟିଛି।ମାଛ ମାରିବାକୁଯାଇ ହୀରାକୁଦ ଜଳଭଣ୍ଡାରରେ ବୁଡିଯାଇ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି | ଗତ  16 ତାରିଖ ରେ ତୁରିଟିକ୍ରା ଗ୍ରାମର ମହିନ୍ଦ୍ର  ତେଲି (56) ନାମକ  ଜଣେ  ବ୍ୟକ୍ତି ହୀରାକୁଦ ଜଳଭଣ୍ଡାକୁ ମାଛ  ମାରିବାକୁ  ଯାଇଥିଲେ | ସେତେବେଳେ  ଡ଼ଙ୍ଗା  ବୁଡି ଯାଇଥିବାରୁ  ସେ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି  ।  ରେଙ୍ଗାଲି  ପୋଲିସ  ଏବଂ ରେଙ୍ଗାଲି ଆଗ୍ନିଶମ ବାହିନୀ  ପକ୍ଷରୁ  17 ତାରିଖ ଅପରାହ୍ନ  4 ଟା  ରୁ   ଖୋଜା  ଖୋଜି  କଲା  ପରେ  ମଧ୍ୟ  ସେମାନେ  କାଲି  ମୃତ ଦେହ  ପାଇନଥିଲେ  | ହେଲେ ଆଜି  ସକାଳୁ  ଆପେଆପେ  ପାଣି  ଶବ   ଭାସୁଥିବାରୁ  ଗ୍ରାମବାସୀମାନେ  ପୋଲିସକୁ  ସୂଚନାଦେବା  ପରେ  ପୋଲିସ ଆସି  ମୃତ  ଦେହକୁ ଉଦ୍ଧାର  କରିଛି । ଏ ନେଇ ଥାନାରେ ଅପମୃତ୍ୟୁ  ମାମଲା ୨/୨୧ ରେ କେଶ ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ଭିମସାର ଡାକ୍ତରଖାନାକୁ ପଠାଯାଇ ଘଟଣାର ବିଭିନ୍ନ  ଦିଗଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

0
0
0
s2sdefault