ଲୋଇସିଂହା ( ସନ୍ତୋଷ କୁମାର ଠାକୁର ) : କଥା ରଖିଲେ ସ୍ୱାମୀ | ପରଲୋକଗତ ପତ୍ନୀଙ୍କ ଶେଷ ଇଛା ପୁରଣ କରିବା ସହ ତାଙ୍କୁ ମୁଖାଗ୍ନି ବି ଦେଇଛନ୍ତି ସ୍ୱାମୀ |
ବଞ୍ଜାରୀ ଗ୍ରାମର ହରେକୃଷ୍ଣ ପଟେଲଙ୍କ ଧର୍ମ ପତ୍ନୀ ସୁରମା ପଟେଲଙ୍କ (୩୮) ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ସେଜଣେ ଧର୍ମପରାୟଣ ଓ ପ୍ରତିବ୍ରତା ମହିଳା ଥିଲେ। ତାଙ୍କ ବିୟୋଗରେ ଅଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ହେଲେ ନେତ୍ର ଦାନ କରିବାକୁ ସ୍ଵାମୀ ଙ୍କୁ ପୂର୍ବରୁ ଜଣାଇଥିଲେ। ଭାଗ୍ୟ ର ବିଡମ୍ବନା କି ଜେ ଗତକାଲି ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିଲା ଓ ସ୍ବାମୀ ତାଙ୍କର ସେହି କଥାକୁ ସମ୍ମାନ ଦେଇ ଦୃଷ୍ଟି ଦାନ ଆଏ ବ୍ୟାଙ୍କକୁ ଯୋଗାଯୋଗ କରିଥିଲେ। ଆଏ ବ୍ୟାଙ୍କରୁ ଗୋଟିଏ ଟିମ ଆସି ତାଙ୍କ ସ୍ବର୍ଗତାଃ ପଟେଲଙ୍କ ନେତ୍ରକୁ କାଢି ନେବା ପରେ ତାଙ୍କ ମର ଶରୀରର ଅନ୍ତିମ ସଂସ୍କାର କରାଯାଇଥିଲା । ଶେଷରେ ସ୍ବାମୀ ମୁଖାଗ୍ନି ଦେଇଥିଲେ।