ଭଞ୍ଜନଗର / ବେଲଗୁଣ୍ଠା ( ନିଲୁ ବିଷୋୟୀ) - ବେଲଗୁଣ୍ଠା ପୋଲିସ ଫାଣ୍ଡି ଠାରୁ ମାତ୍ର ୫୦ ମିଟର ଦୂର ଏକ ଘରୁ ଜୈନିକ ଯୁବକଙ୍କ ଗଳିତ ଶବକୁ ପୋଲିସ ଜବତ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ପଠାଇଛି । ଗଳିତ ଶବଟି ବେଲଗୁଣ୍ଠା ମେଇନ ରୋଡ ନିବାସୀ ତାରିଣୀ ମିଶ୍ର(୫୨) ଙ୍କର ବୋଲି ଜଣାପଡିଛି । କୌଣସି କାରଣରୁ ତାଙ୍କର ୨/୩ ଦିନ ହେଲା ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ସେହି ଘରେ ତାଙ୍କର ଜଣେ ଭଉଣୀ ରହୁ ଥିଲେ ମଧ୍ୟ ତାଙ୍କର ମସ୍ତିଷ୍କ ବିକୃତି ଥିବା ଯୋଗୁଁ ସେ ଏ ବିଷୟରେ କାହାକୁ କହି ନ ଥିବା କୁହାଯାଉଛି । ଗଳିତ ଶବ ଯୋଗୁଁ ଆଖ ପାଖ ଅଞ୍ଚଳରେ ଦୁର୍ଗନ୍ଧ ହେବା ପରେ ସାହି ପଡୋଶୀ ସ୍ଥାନୀୟ ଥାନାରେ ଏଥିନେଇ ସୂଚନା ଦେଇଥିଲେ । ଶବଟି ଅନେକାଂଶରେ ନଷ୍ଟ ହୋଇଯାଇଥିବା ଯୋଗୁଁ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମକେସିଜି କଲେଜକୁ ପଠାଇଛି । ଏଥିନେଇ ବେଲଗୁଣ୍ଠା ପୋଲିସ ଥାନାରେ ୦୪/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ସବଇନ୍ସପେକ୍ଟର ପ୍ରକାଶ କୁମାର ସାହୁ ସୁଚାନ ଦେଇଛନ୍ତି ।
ଅଘଟଣ
ଘର ଭିତରୁ ମାନସିକ ବିକୃତ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର
- Hits: 371