"ମତେ ଘରେ ପଶି ଲଙ୍ଗଳା କରି ବାପା ପୁଅ ମାରିଥିଲେ"
କଟକ (ଶାସକ ପ୍ରଶାସକ) : ମାହାଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କ ଜଘନ୍ୟ ହତ୍ୟାକାଣ୍ଡ ପଛରେ କୌଣସି ରାଜନୈତିକ ଶତ୍ରୁତା ନାହିଁ | ଏହା ବ୍ୟକ୍ତିଗତ ଶତ୍ରୁତା ଓ ପ୍ରତିଶୋଧ ପରାୟଣତା ଯୋଗୁ ହୋଇଛି | ଏ କଥା ସ୍ଵୀକାର କରିଛି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠି | ଆଜି କୋର୍ଟ ଚାଲାଣ ହେଉ ହେଉ ଅପରାଧର କାରଣ ଉପରୁ ପରଦା ହଟାଇ ଏ ହତ୍ୟାକାଣ୍ଡକୁ ରାଜନୀତି ରଂଗରେ ରଙ୍ଗଉଥିବା ରାଜନେତାମାନଙ୍କୁ ଲଙ୍ଗଳା କରିଦେଇଛି | ଗତ କିଛି ଦିନ ଧରି ବିଜେପି ପକ୍ଷରୁ ଯେଉଁ ହତ୍ୟା ରାଜନୀତି ଅଭିଯୋଗ ହୋଇ ଆସୁଥିଲା ଓ ମାହାଙ୍ଗା ବିଧାୟକ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରାଯାଇ ଆସୁଥିଲା, ସେଥିରେ ଗୋଟେ ନୂଆ ମୋଡ ଆସିଛି |
ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନର ଏ ବିସ୍ପୋରକ ବୟାନ ମହାନଗର ଡବଲ ମର୍ଡର ରାଜନୀତିର ମୋଡ ବଦଳେଇ ଦେଇଛି | ଏକ ପ୍ରକାର ତା ବୟାନ ବିଜେପି ନେତା ମାନଙ୍କୁ ଫତୁଆ କରିଦେଇଛି | ସେ କୋର୍ଟ ଚାଲାଣ ହେବ ବେଲେ ଥାନାରୁ ଗାଡ଼ିରେ ଚଢିବା ଭିତରେ ଯେଉଁ ଦି ପଦ କଥା କହିଗଲା ତାହା ହେଲା " ପାଗଳ ବରାଳ ଓ ତାଙ୍କର ୨ ପୁଅ କୁନୀଆ ଓ ବେଙ୍ଗୁଆ ମୋତେ ଆମ ଘରେ ପଶି ଲଙ୍ଗଳାକରି ମାଡ ମାରିଲେ ବୋଲି ମୁଁ ତାଙ୍କୁ ମାରିଦେଲି" | ପାଗଳ ବରାଳ ଓରଫ ମୃତକ କୁଳମଣି ବରାଳ ଓ ତାଙ୍କ ଦି ପୁଅ ପଂଚାନନଙ୍କୁ ତା ଘରେ ପଶି ଲଙ୍ଗଳା କରି ବାଡେଇଥିଲେ | ଆଉ ସେ ରାଗ ବା ପ୍ରତିଶୋଧ ନିଆଁରେ ଜଳୁଥିବା ପଞ୍ଚାନନ ସେଦିନ କୁଳମଣି (ପାଗଳ) ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲା ନିଜ ସହଯୋଗୀଙ୍କ ସହ ମିଶି |