ହେଡଲାଇନସ୍:

ପ୍ରେମର କୁପରିଣତି, ବେକରେ ରସି ଲଗାଇ ପ୍ରାଣ ହାରିଲେ ଯୁବକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଚାରମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ହିନ୍ଦୁ ଯୁବକ ଏବଂ ଜଣେ ମୁସଲମାନ ଯୁବତୀ ମଧ୍ଯରେ ପ୍ରେମଜନିତ କାରଣରୁ ବିରେନ୍ଦ୍ର ଷଡଙ୍ଗୀ(୨୩) ନାମକ  ଜଣେ ଯୁବକ  ନିଜ ଘରେ ମଙ୍ଗଳବାର ରାତିରେ ବେକରେ ରଶି ଲଗେଇ ମୃତ୍ୟୁବରଣ କରିଛନ୍ତି।  ଏ ନେଇ ମୃତ ଯୁବକଙ୍କ  ବାପା ଗୋପବନ୍ଧୁ ଷଡଙ୍ଗୀ ଚାରମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଏ ସଂକ୍ରାନ୍ତରେ ଚାରମାଳ ଥାନା କେସ ନମ୍ବର ୦୨/୨୦୨୧ ରେ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହି ଥିବା ଥାନା ଅଧିକାରୀ  ବସନ୍ତ କୁମାର ଦଳେଇ ପ୍ରକାଶ କରିଛନ୍ତି। ଯୁବକ ଜଣଙ୍କ  ସେହି ଚାରମାଳ ଗ୍ରାମର ଜୈନିକ  ଜଣେ ମୁସଲମାନ ଯୁବତୀଙ୍କ ସହ  ବିଗତ ୫ବର୍ଷ ହେଲା ତାଙ୍କ ସହ କୁଆଡେ ପ୍ରେମ ସମ୍ପର୍କ ଗଢି ଉଠି ଥିବା ପ୍ରକାଶ କରି ଛନ୍ତି। ପୂର୍ବରୁ ପ୍ରେମିକ ଓ ପ୍ରେମିକାଙ୍କ ମିଳା ମିଶାକୁ ଝିଅଙ୍କ ପରିବାର ଲୋକେ ବାରଣ କରିଥିଲେ।  ହେଲେ  ଏହାରି ମଧ୍ୟରେ ଝିଅ ପରିବାର ଲୋକେ  ତାଙ୍କ ଝିଅଙ୍କୁ ବିବାହ ଦେବା ପାଇଁ  ତାଙ୍କ ସମାଜର ପୁଅ ଠିକ କରି ୨ ମାସ ପରେ ବିବାହ କରାଇବେ ବୋଲି ନିଷ୍ପତ୍ତି ନେଇଥିବା ଜଣ ପଡିଛି । ମାତ୍ର  ଆଜି ପୁଣି ପ୍ରେମିକ ଜଣଙ୍କ ତାଙ୍କ ପ୍ରେମିକାଙ୍କୁ ପୁଣି ଫୋନ କରି ଥିଲେ। ଏହା ପରେ ପ୍ରେମିକ ଓ ପ୍ରେମିକାଙ୍କ  ମଧ୍ୟରେ କୁଆଡେ ମନୋମାଳିନ୍ୟ ହେଇଥିବା ସନ୍ଦେହ କରାଯାଇଛି। ଏପରିକି ମୃତ ଯୁବକ ବାପାଙ୍କ ଅଭିଯୋଗ ଅନୁସାରେ ତାଙ୍କର ପୁଅକୁ ଝିଅଙ୍କ ପରିବାର ଲୋକେ ନିର୍ଯାତନା ଦେବାରୁ ତାଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି । ଏ ନେଇ ଚାରମାଳ ଥାନାରେ ପୁଅ ଘର ପକ୍ଷରୁ ଝିଅର ବାପା ଓ ଭାଇ ଓ ତାଙ୍କ ମାଆଙ୍କ ନାମରେ ଅଭିଯୋଗ ହେବା ସହ ମାମଲା ରୁଜୁ  କରାଯାଇଛି।  ଚାରମାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। 

0
0
0
s2sdefault