ରେଙ୍ଗାଲି(ଶାସକ ପ୍ରଶାସକ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ପଡା ଠାରେ ଜଣେ ଗର୍ଭବତୀ ମହିଳାମାନଙ୍କୁ ମାଡପିଟ କଲା ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ରେଙ୍ଗାଲି ଥାନରେ ଝିଅର ବାପା ଶୁରେସ ବଗର୍ତ୍ତି ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ରେଙ୍ଗାଲି ପୋଲିସ କେଶ ନମ୍ବର ୨ ଭାରତୀୟ ଦଣ୍ଡ ବିଧାନ ଆଇନ 498(A )/302/304(B)IPC r/w 4 ଯୌତୁକ ନିରୋଧୀ ଆଇନରେ କେଶ ରଜୁ କରି ଅଭିଯୁକ୍ତ ସ୍ବାମୀ କାହ୍ନୁଚରଣ ଦାସଙ୍କୁ ଗିରଫ କରି ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଶାରେ ସମ୍ବଲପୁର ଫାଟକ ପାଖ ସିଦ୍ଧେଶ୍ଵର ବେର୍ଣ୍ଣାର ଶୁରେସ ବଗର୍ତ୍ତି ତାଙ୍କ ଝିଅ ମନିଷା ବଗର୍ତ୍ତି ଓରଫ ଦାସ(24)ଙ୍କୁ 2020 ମସିହାରରେ ରେଙ୍ଗାଲି ବ୍ଲକ ପଡାର ପ୍ରଦିପ ଦାସଙ୍କ ପୁଅ କାହ୍ନୁଚରଣ ଦାସ(27)ଙ୍କ ସହ ସାମାଜିକ ରିତିନୀତି ଅନୁଶାରେ ତାଙ୍କର ସାଧ୍ଯ ଅନୁଶାରେ ଜାନି ଯୌତୁକ ଦେଇ ବିବାହ କରାଇଥିଲେ।
ମନିଷାର ସ୍ବାମୀ ଘର ପକ୍ଷରୁ ଯୌତୁକ ପାଇଁ ବିଭିନ୍ନ ସମୟରରେ ଶାରୀରିକ ନିର୍ଯାତନା ସହ ମାନସିକ ନିର୍ଯାତନା ଦେଉଥିବା ଝିଅର ବାପା ତଥା ମନିଷା ସହ ଆସି କିଛି ଦିନ ନିଜ ନାନୀ ସହ ରହିଥିବା ମନିଷାର ସାନ ଭଉଣୀର ନିସା ବଗର୍ତ୍ତିଙ୍କ ସହ ଝିଅର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।ମନିଷା ଦୁଇ ମାସର ଗର୍ଭବତୀ ଥିବା ମଧ୍ଯ ଜଣାପଡିଛି।ମନିଷାର ଶ୍ବଶୁର ଘର କାନ୍ଥରୁ କାହ୍ନୁ ସହ ମନିଷାର ବାହାଘର ଲେଖାଥିବା ମଧ୍ଯ ଲିଭି ନାହିଁ। କିନ୍ତୁ ବିଧିର ବିଧାନ ଅଲଗା ମନିଷା ଆଉ ଇହଜଗତରେ ନାହିଁ।ଗତ ରବିବାର ଦିନ ପ୍ରାୟ 10 ଟା ସମୟରେ ମନିଷାକୁ ମାଡପିଟ କରି ତଣ୍ଟିଚିପି ମାରିଦେଲା ପରେ ରେଙ୍ଗାଲି ସରକାରୀ ଡାକ୍ତରଖାନାକୁ ଅଣାଯାଇ ଥିଲା।ସେଠାରେ ଡାକ୍ତର ମନିଷାକୁ ମୃତ ଘୋଷଣା କରିଥିଲେ। ଏହା ପରେ ମନିଷାର ଦେହ ଖରାପ ଅଛି ବୋଲି ମନିଷା ଘର ଲୋକଙ୍କୁ ଖବର ଦିଆଯାଇଥିଲା। ଘଟଣା ପରେ ସୋମବାର ପ୍ରାୟ 10ଟା ସମୟରେ ଏସଡିପିଓ ତପନ କୁମାର ମାହାନ୍ତି,ରେଙ୍ଗାଲି ଥାନାଅଧିକାରୀ ଧବଲେଶ୍ବର ସାହୁ ମାଜିଷ୍ଟ୍ରେଟ ଭାବରେ ରେଙ୍ଗାଲି ଅତିରିକ୍ତ ତହସିଲଦାର ନେପାଳ ମୁଣ୍ଡା ଓ ମନିଷାର ଜଣେ ସମ୍ପର୍କିୟ ଭାଇଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଭିମସାର ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା ପରେ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରାଯାଇ ଅନ୍ୟମାନେ ସଂପୃକ୍ତ ଥିଲେ ତାଙ୍କ ମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ରେଙ୍ଗାଲି ପୋଲିସ ପକ୍ଷରୁ କୁହାଯାଇଛି।