ହେଡଲାଇନସ୍:

ଟ୍ୟାପ ପାଣି ପାଇଁ ଝାମେଲା : ଡାକ୍ତରଖାନାରେ ମହିଳା, ଥାନାରେ ମାମଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ମାଣିକ ପାଟଣା ବଡ଼ସାହିରେ ସର୍ବ ସାଧାରଣଙ୍କ ପାଇଁ ଉଦିଷ୍ଟ ଥିବା ଟ୍ୟାପରୁ ପାଣି ନେବାକୁ କେନ୍ଦ୍ର କରି ଟଣା ଓଟରା ବେଳେ ଜଣେ ମହିଳା ଆହତ । ମହିଳା ଜଣକ ସେହି ସାହିର ଗୋକୁଳ ଚନ୍ଦ୍ର ସାହୁଙ୍କ ପତ୍ନୀ ମିନତୀ ସାହୁ । ବାହାଡ଼ାଝୋଲା ଡାକ୍ତର ଖାନାରେ ମିନତୀଙ୍କ ଚିକିତ୍ସା ପରେ ତାଙ୍କୁ ନୟାଗଡ଼ ସ୍ଥାନାନ୍ତର କରାଯାଇଛି । ନୟାଗଡ଼ରୁ ଫେରିବା ପରେ ମିନତୀ ଓଡ଼ଗାଁ ତାନାରେ ଅଭିଯୋଗ କରିବାକୁ ଯାଇଥିଲେ । ୩ ଘଂଟା ଅପେକ୍ଷା କରିବା ପରେ ବାହାଡ଼ାଝୋଲା ଫାଣ୍ଡରେ ଅଭିଯୋଗ କରିବା ପାଇଁ ମିନତୀଙ୍କୁ ଜନୈକ ଅଧିକାରୀ ପରାମର୍ଶ ଦେଇଥିଲେ । ଏହି ପରିସ୍ଥିତିରେ ପ୍ରତିପକ୍ଷ ବିପିନ ସାହୁ ବାହାଡ଼ାଝୋଲା ଫାଣ୍ଡରେ ମିନତୀଙ୍କ ପରିବାର ନାମରେ ଏକ ଅଭିଯୋଗ ଦାଖଲ କରି ସାରିଥିଲେ । ଘଟଣାରୁ ପ୍ରକାଶ ଶନିବାର ସକାଳ ୯ ଟା ବେଳେ ବଡ଼ଝିଅ ସର୍ବ ସାଧାରଣ ଟ୍ୟାପରୁ ପାଣି ଆଣିବାକୁ ଯାଇଥିଲେ । ଟ୍ୟାପ ପାଖ ଘରର ନିଶାମଣି ସାହୁ, ବିପିନ କୁମାର ସାହୁ ଏବଂ ଅଞ୍ଜଳି ସାହୁ ପାଣି ନେବାକୁ ବିରୋଧ କରିଥିଲେ । ଖବର ପାଇ ମା ମିନତୀ ଘଟଣା ସ୍ଥଳରେ ପହଁଚି ସର୍ବ ସାଧାରଣ ଟ୍ୟାପରୁ ପାଣି ନେବାକୁ ଅଧିକାର ସାବ୍ୟସ୍ତ କରିଥିଲେ । ଏହାକୁ ନେଇ ଟଣା ଓଟରା ହୋଇଥିଲା । ବିପିନ ସାହୁ ମିନତୀଙ୍କୁ ଠେଲି ଦେବାରୁ ଗ୍ରୀଲ କବାଟ ଉପରେ ପଡିଯାଇଥିଲେ । ମିନତୀ ନିୟନ୍ତ୍ରଣ ହରାଇ ପଡିଗଲା ବେଳେ ଗ୍ରୀଲରେ ଥିବା ଏକ ରଡ଼ ତାଙ୍କ ଅଂଟାରେ ଗଳି ଯାଇଥିଲା । ମିନତୀ ସଂଗେ ସଂଗେ ଚିକିତ୍ସା ପାଇଁ ବାହା ଡ଼ାଝୋଲା ହସ୍ପିଟାଲକୁ ଯାଇଥିଲେ । ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ଅଭିଯୁକ୍ତ ଜଣା ପଡ଼ିବ ବୋଲି ଅଭିଯୋଗକାରୀ ଗୋକୁଳ ଚନ୍ଦ୍ର ସାହୁ କହିଛନ୍ତି । 

0
0
0
s2sdefault