ହେଡଲାଇନସ୍:

ବିଡ଼ିସିସି ଲାଠୋର ବ୍ରାଞ୍ଚ ମ୍ୟାନେଜର ଘରେ ଭିଜିଲାନ୍ସ ରେଡ଼

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

Vigilance DSP Kadambini Samal

ଟିଟିଲାଗଡ଼ /ଗୌରବ ଦର୍ଜୀ :  ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ(ବିଡ଼ିସିସି) ଲାଠୋର ବ୍ରାଞ୍ଚ ମ୍ୟାନେଜର ସାଗର ରଣାଙ୍କ ଟିଟିଲାଗଡ ବାସଭବନରେ ଆଜି ସକାଳୁ ଭିଜିଲାନ୍ସ ରେଡ଼ ହୋଇଛି | ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଭିଜିଲାନସର ଏକ ୧୨ ଜଣିଆ ଦଳ ଏହି ଚଢ଼ାଉ ଜାରି ରଖିଛନ୍ତି | ଏ ଯାବତ ପାଖାପାଖି କୋଟିଏ ତାଙ୍କର ସମ୍ପତ୍ତି ଚିହ୍ନଟ ହୋଇଥିବା ଜଣାପଡିଛି | ଶ୍ରୀ ରଣା ପ୍ରଥମେ ପାକସ ସେକ୍ରେଟାରୀ ଭାବେ ଯୋଗ ଦେଇଥିବାବେଳେ ପରେ ପରେ ସୁପରଭାଇଜର ପଦକୁ ଉନ୍ନୀତ ହୋଇଥିଲେ | ସେ ଏବେ ବିଡ଼ିସିସି ଲାଠୋର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟରତ |

0
0
0
s2sdefault