ହେଡଲାଇନସ୍:

ବନ୍ଧୁକ ଲାଇସେନ୍ସ ପାଇବାକୁ ମିଛ ଅଭିଯୋଗ ନାଟକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନାରେ ତଦନ୍ତ ପରେ ଅଭିଯୋଗ କାରୀଙ୍କ ଅଭିଯୋଗ ମିଥ୍ୟା ବୋଲି ଧରା ଧରାପଡ଼ିଲା । ଫଳରେ ଅଭିଯୋଗକାରୀ ହଟହଟା ହେବା ସହିତ ପୋଲିସକୁ ଏନେଇ ଅଯୋଥା ସମୟ ଦେବାକୁ ପଡ଼ିଥିଲା । ଭବିଷ୍ୟତରେ ଆଉ ଏଭଳି କରିବି ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି  ଦେବା ପରେ ପୋଲିସ ଅଭିଯୋଗକାରୀକୁ ଛାଡ଼ିଥିଲା । ଅଭିଯୋଗକାରୀ ଜଗନ୍ନାଥ ସାହୁ ଶୁକ୍ରବାର ସନ୍ଧ୍ୟାରେ ନୟାଗଡ଼ରୁ ଦରପଦା ଦେଇ ଓଡ଼ଗାଁ ଫେରୁଥିବା ବେଳେ ପ୍ରାୟ ୭ବେଳେ ବାଉଁଶଗାଡ଼ିଆ ଛକ ନିକଟରେ ୪ ଜଣ ପୁରୁଷ ଏବଂ ଜଣେ ମହିଳା ତାଙ୍କୁ ଅଟକାଇ ଖଣ୍ଡା, ଭୁଜାଲି ବନ୍ଧୁକ ଦେଖାଇ ମନିପର୍ସ ସହିତ ୧୫ ହଜାର ଟଙ୍କା ଓ ମୋବାଇଲ ଫୋନ ଛଡ଼ାଇ ନେଇଥିବା ନେଇ ରାତି ପ୍ରାୟ ୮ ବେଳେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ ଅନୁସନ୍ଧାନ ପାଇଁ ତୁରନ୍ତ ଘଟଣା ସ୍ଥଳକୁ ବାହାରି ପଡିଥିଲେ । ଏଥି ସହିତ ଲୁଟ୍ ହୋଇଥିବା ମୋବାଇଲ ନମ୍ବରକୁ କଲ୍ କରିଥିଲେ । ଅପର ପକ୍ଷରୁ ଅଭିଯୋଗକାରୀର ବଡ଼ଭାଇ କଲ ରିସିଭ କରି କରିଥିଲା ।  ସେଠାରୁ ଅଭିଯୋଗକାରୀଙ୍କ ଅଭିଯୋଗ ମିଛ ବୋଲି ପୋଲିସ ଜାଣିବାକୁ  ପାଇଥିଲେ । ହେଲେ ଅଭିଯୋଗକାରୀ ଜଗନ୍ନାଥ ନିଜ ଜୀବନ ରକ୍ଷା ନିମନ୍ତେ ଏକ ବନ୍ଧୁକ ଲାଇସେନ୍ସ ପାଇବା ପାଇଁ ଜୀବନ ପ୍ରତି ରହିଥିବା ବିପଦର ଏକ ପ୍ରମାଣ ଦେବାକୁ ଯାଇ ଏଭଳି ଏକ ମିଛ ଅଭିଯୋଗର କାହାଣୀ ରଚିଥିବା ଜଣା ପଡିଥିଲା । ସତରେ ସେଭଳି ଘଟି ନଥିବାରୁ ପ୍ରାୟୋଜିତ କରି ଏହି ଘଟଣା ଭିଆଇ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗଟି ଥାନାରେ ପଞ୍ଜିକୃତ ହୋଇଥିଲେ ତା ଆଧାରରେ ସେ ବନ୍ଧୁକ ଲାଇସେନ୍ସ ପାଇଥାନ୍ତା । ତଦନ୍ତ ବେଳେ ପ୍ରକୃତ କଥା ଜଣା ପଡିବାରୁ ତାର ପ୍ରାୟୋଜିତ ଯୋଜନା ଫସର ଫାଟି ଥିଲା । 

 

0
0
0
s2sdefault