ପ୍ରଜାକୋଟରେ ନିସ୍ପତି ନେଲେ, ଗୋଟିଏ ପରିବାରକୁ ଗାଁରୁ ବିତାଡିତ କଲେ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର ) : ଗତ ନଭେମ୍ବର ମାସ ୨୬ ତାରିଖ ଦିନ ହୋଇଥିବା ଏନକାଉଣ୍ଟରକୁ ପାଇଁ ପୋଲିସ ଇନଫର୍ମର ସନ୍ଦେହ କରି ମାନୁ ଗଲୋରୀଙ୍କୁ ବିତାଡିତ କଲେ ସ୍ଥାନୀୟ ବାସିନ୍ଦା | ତିନିଦିନ ପୁର୍ବରୁ ନକ୍ସଲପନ୍ଥୀ ସ୍ୱାଭିମାନ ଅଚଂଳ ସନ୍ୟାଷିଗୁଡା ଗାଁରେ ଆସି ପ୍ରଜାକୋର୍ଟ କରି ମାନୁ ଗୋଲରିଙ୍କୁ ଗାଁ ଛାଡିବା ପାଇଁ ଧମକ ଦେଇଥିଲେ | ଗତକାଲି ରାତ୍ର ସମୟରେ ନିଜ ଜୀବନକୁ ବଚାଂଇବା ପାଇଁ ମାନୁ ଗଲୋରି ନିଜ ପରିବାର ସହ ଭୟଭୀତ ଅବସ୍ଥାରେ ଆସି ପହଚିଂଥିଲେ ନିଜ ସମ୍ପର୍କୀୟ ଘରେ | ମାନୁଙ୍କ କହିବା ଅନୁଯାଇ କିଛି ଦିନ ପୁର୍ବରୁ ଲାଲବାହିନୀ ଆସି ଗାଁ ରେ ପ୍ରଜାକୋର୍ଟ କରି ଗାଁ ଛାଡିବାକୁ ଧମକ ଦେଇଥିଲେ | ନିଜର କାର୍ଯ୍ୟ ବ୍ୟସ୍ତ ହେତୁ ଦୁଇଦିନ ପରେ ନିଜ ଜୀବନ ବଚାଂଇବା ପାଇଁ ଗାଁ ଛାଡିବାକୁ ବାଧ୍ୟ ହୋଇଥିଲେ | ତେବେ ସ୍ୱାଭିମାନ ଅଚଂଳରେ ପୋଲିସ ବାହିନୀ କାହା ସ୍ୱାର୍ଥରେ କ୍ୟାମ୍ପ ସ୍ଥାପନ କରିଛନ୍ତି ବୋଲି ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି ହୋଇଥିବା ବେଲେ ବର୍ତମାନ ମାନୁ ଗଲୋରିଙ୍କ ଥଇଥାନ କିପରି କରାଯିବ ଓ ଆନଶ୍ୟକ ସୁରକ୍ଷା ଦିଆଯାଇପାରିବ ତାହା ଉପରେ ରହିଛି ଲୋକମାନଙ୍କ ନଜର |