ବିଳମ୍ବିିତ ରାତିରେ ପିକପ୍ ଭ୍ୟାନରେ ଲୁଟି ନେଲେ ଦୁର୍ବୃତ୍ତ
ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ଗିରିଡିପଲ୍ଲୀ ପଂଚୟତ ଅନ୍ତର୍ଗତ ସୋଲବନ୍ଧ ନିକଟ କେଦାର ବେହେରାଙ୍କ ଖଳା ବାଡିରୁ ୩୦ବସ୍ତା ଧାନ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତକାଲି କେଦାର ବେଙ୍ଗେଳା ପକାଇ ବିଳମ୍ବ ହେବାରୁ ଆଦାୟ ହୋଇଥିବା ୩୦ ବସ୍ତା ଧାନକୁ ନିଜ ଖଳା ବାଡ଼ିରେ ରଖି ଘରକୁ ଫେରିଥିଲା । ଭୋର ସମୟରେ ଖଳାକୁ ଯାଇ ଧାନ ବସ୍ତା ଗୁଡ଼ିିକୁ ପାଇନଥିବା ବେଳେ ବହୁତ ଖୋଜା ଖୋଜି କରିଥିଲା । ପରେ ନିକଟରେ ଥିବା ଏକ ସିସି ଟିଭିରୁ ଫୁଟେଜରୁ କେହି ଦୁର୍ବୁତ ଧାନବସ୍ତା ଗୁଡ଼ିକୁ ଚୋରୀକରି ପିକଅପ ଭ୍ୟାନରେ ଓଡ଼ଗାଁ ଅଭିମୁଖେ ନେଇ ଯାଇଥିବା ଜାଣିବାକୁ ପାଇଥିଲା । ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।