ହେଡଲାଇନସ୍:

୧୨ ବର୍ଷର ନାବାଳିକା କେଉଁଥିପାଇଁ ନେଲା ଆତ୍ମହତ୍ୟା ଭଳି ନିଷ୍ପତ୍ତି !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘର ଭିତରୁ ନାବାଳିକାର ମୃତ ଦେହ ଉଦ୍ଧାର : କାରଣ ଅଷ୍ପଷ୍ଟ

ନୂଆପଡା(ଅମିତ ପୁରୋହିତ); ସଦର ଥାନା ଅନ୍ତର୍ଗତ ମହୁଲଭଟା ଗ୍ରାମର ନରେଶ ଦଣ୍ଡସେନାଙ୍କ ଝୀଅ ମୌସୁମୀ ଦଣ୍ଡସେନା ର ଝୁଲନ୍ତା ମୃତ ଦେହ ପରିବାର ଲୋକେ ଉଦ୍ଧାର କରିଥିଲେ । ହସ୍ପିଟାଲ ଆଣିବା ପରେ ଡାକ୍ତାର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର  କାରଣ ଅଷ୍ପଷ୍ଟ ରହିଛି ।

ସୂଚନାନୁସାରେ ମୈାସୁମି ସ୍ଥାନୀୟ ଏକ ଇଂରାଜୀ ମିଡିୟମ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ମା ସ୍ୱାସ୍ଥ୍ୟକର୍ମୀ ଭାବେ କାମ କରୁଥିବା ବେଳେ ବାପା ଔଷଧ ଦୋକାନ କରିଛନ୍ତି । ଦିନ ୧୨ଟା ବେଳେ ହୋମୱର୍କ ପେପର ସ୍କୁଲରେ ପହଞ୍ଚାଇବା ପାଇଁ ମୈାସୁମି ବାପାଙ୍କୁ ଫୋନ କରିଥିଲେ । ମା ନିଜ ଡ୍ୟୁଟି ପାଇଁ ବାହାରେ ଥିଲେ ।  ଘରେ ଥିବା ତାଙ୍କ ବଡବାପା କିଛି କାମ ପାଇଁ ମୈାସୁମି ଡାକିବା ପରେ ମଧ୍ୟ ମୈାସୁମି ସୁଣିନଥିଲେ । ପରେ କବାଟ ବାଡେଇବାରୁ କବାଟ ମଧ୍ୟ ଖୋଲି ନ ଥିଲେ । କବାଟ ଭାଙ୍ଗିବା  ପରେ ଘର ଭିତରେ ମୈାସୁମିର ଶରୀର ଫ୍ୟାନରେ ଲାଗିଥିବା ଏକ ଲୁଗାରେ ଝୁଲନ୍ତା ଅବସ୍ଥାରେ ଥିଲା । 

ଜଣେ ୧୨ ବର୍ଷର ନାବାଳିକା କାହିଁକି ଓ କେଉଁଥି ପାଇଁ ଆତ୍ମହତ୍ୟା କଲା ତାହା ଏକ ପ୍ରଶ୍ନବାଚୀ ହୋଇ ରହିଛି । ପୋଲିସ ଏହାର ତଦନ୍ତ ଚଲାଇଛି ।

 

0
0
0
s2sdefault