ହେଡଲାଇନସ୍:

ବେଆଇନ ରାସ୍ତା କାର୍ଯ୍ୟ ବେଳେ ଗଛ କଟା :ପ୍ରତିବାଦ କରିବାରୁ ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ. (ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବନାଂଚଳ ଅନ୍ତର୍ଗତ ବାହାଡ଼ାଝୋଲା ମକରାପଲ୍ଲୀ ପ୍ରସ୍ତାବିତ ସଂରକ୍ଷିତ  ଜଙ୍ଗଲ ମଧ୍ୟରେ ବେଆଇନ ରାସ୍ତାକୁ ପ୍ରସସ୍ତୀ କରିବା ନାମରେ ୫ ଗୋଟି ମୂଲ୍ୟବାନ ଶାଳଗଛ ସହିତ ବହୁ ସଂଖ୍ୟାରେ କଂଚା ମୂଲ୍ୟବାନ ଗଛ ଜେସିବି ଦ୍ୱାରା ଉପୁଡା ଯାଉଥିବା ବେଳେ ଏହାକୁ ପ୍ରତିବାଦ କରିବାରୁ ବନ କର୍ମଚାରୀମାନେ ମରଣାନ୍ତକ ଆକ୍ରମଣର ଶୀକାର ହୋଇଛନ୍ତି । ବନରଖି ବାହାଡ଼ାଝୋଲାଙ୍କ ଅଭିଯୋଗ ଅନୁସାରେ ଓଡ଼ଗାଁ ପୋଲିସ ୧୨୪/୨୦ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ସନାତନ ବେହେରାକୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଥିଲା । ଜାମିନି ଆବେଦନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ହେଲେ ମୁଖ୍ୟ ଅଭିଯୁକ୍ତ କେଦାର ସେଠୀ ଓ ତାହାର ୫ ସହଯୋଗୀଙ୍କୁ ଫେରାର ହେବାରେ ବ୍ୟବହୃତ ହୋଇଥିବା ଓଆର ୨୫ ସି ୫୦୦୧ ବୋଲେରୋ ଗାଡ଼ିକୁ ମଧ୍ୟ ଓଡ଼ଗାଁ ପୋଲିସ ଜବତ କରିଛନ୍ତି । ଖବର ପାଇ ୧୪ ତାରିଖ ସକାଳେ ବାହାଡ଼ାଝୋଲା ବନପାଳ ସରୀତା ବରାଳଙ୍କ ନିର୍ଦ୍ଦେଶ  କ୍ରମେ ବନରକ୍ଷୀଙ୍କ ସହିତ ୱାଚର  ଗୁଣ୍ଡୁରୀସାହିରୁ ବେଲଦୁଆର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚାଲିଥିବା ରାସ୍ତା ପ୍ରସସ୍ତୀ କରଣ ଅଂଚଳକୁ ଯାଇଥିଲେ । ସେଠାରେ ଓଡି ୨୫ସି ୯୪୮୫ ଜେସିବି ମାଧ୍ୟମରେ ଶାଳଗଛ ସହିତ ଅନ୍ୟ ମୂଲ୍ୟବାନ କଂଚା ଗଛ ଉପୁଡାକୁ କର୍ମଚାରୀ ମାନେ ପ୍ରତିବାଦ କରିଥିଲେ । ଏବଂ ଉପୁଡାଗଛର ଫଟୋ ନେବା ବେଳେ କେଦାର ସେଠୀ ଓ ଅନ୍ୟମାନେ ବନ କର୍ମଚାରୀଙ୍କ ଠାରୁ ମୋବାଇଲ ଛଡାଇ ନେବାକୁ ଉଦ୍ୟମ କରିବା ସହିତ ସେମାନଙ୍କୁ ମାରିବାକୁ ଗୋଡାଇଥିଲେ । କର୍ମଚାରୀମାନେ ଭୟରେ ସେଠାରୁ ଦୈାଡି ଆସିଲା ବେଳକୁ କେଦାର ସେଠୀ ବନ୍ଧାଭୁଇଁ ଗାଁର ୫/୬ଜଣ ସହଯୋଗୀକୁ ନେଇ ବନ କର୍ମଚାରୀଙ୍କୁ ଅପେକ୍ଷା କରିଥିଲା । କର୍ମଚାରୀ ଦୁହେଁ ସେହି ରାସ୍ତା ଦେଇ ଯାଉଥିବା ବେଳେ କେଦାର ସେଠୀ ଓ ଅନ୍ୟମାନେ ତାଙ୍କୁ ଅଟକାଇ ବାଇକର ଚାବି ଛଡାଇ ଫୋପାଡି ଦେଇଥିଲେ । ଏହି ସମୟରେ କର୍ମଚାରୀଙ୍କୁ ମାରପିଟ କରି ସେମାନଙ୍କ ପୋଷାକପତ୍ର ଚିରି ଦେଇଥିଲେ । ଓାଚରକୁ ଗାଡ଼ି ମଡାଇଦେବାକୁ ଉଦ୍ୟମ କରୁଥିବା ବେଳେ ବନରଖି ଅଟକାଇବାରୁ ତା ହାତରୁ ସୁନାମୁଦି ନେଇ ଫୋପାଡି ଦେଇଥିଲେ । ଏବଂ ଗୋଟିଏ ଗାମୁଛାରେ ବନରକ୍ଷୀଙ୍କ ବେକକୁ ଚିପି ଦେବାକୁ ଉଦ୍ୟମ କରିଥିଲେ । କୈାଣସି ମତେ ବନ କର୍ମଚାରୀମାନେ ଘଟଣା ସ୍ଥଳରୁ ଖସି ଆସି ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେବା ସହ  ଅନୁମତି କ୍ରମେ ଥାନାରେ ଅଭିଯୋଗ କରିଥିଲେ । ସଂରକ୍ଷିତ ଜଙ୍ଗଲ ମଧ୍ୟଦେଇ କୈାଣସି ରାସ୍ତା ନିର୍ମାଣକୁ ଅନୁମତି ନଥିବା ବେଳେ କାଠ ମାଫିଆ ମାନେ ଜଙ୍ଗଲ ମଧ୍ୟକୁ ଯୋଗାଯୋଗ ସୁଗମ କରିବା ପାଇଁ  ରାସ୍ତା ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି । ସୂଚନା ଥାଉକି ୨ ଫ୍ରେ୍ରବୁୟାରୀ ୨୦୨୦ ରାତିରେ ଏହି କାଠ ମାଫିଆ ମାନଙ୍କ ଦ୍ୱାରା ଜଙ୍ଗଲ ବିଭାଗର ବରିଷ୍ଠ  ଅଧିକାରୀ ଏବଂ ପୋଲିସ ବିଭାଗ ଅଧିକାରୀଙ୍କୁ ଦିର୍ଘ ସମୟଧରି ଅଟକ ରହିବାକୁ ପଡିଥିଲା । ଏନେଇ ମାମଲା ରୁଜୁ ହୋଇଥିଲା । 

0
0
0
s2sdefault