ହେଡଲାଇନସ୍:

ଦୁଇ ପ୍ରେମିକାଙ୍କ ଅଶ୍ଳୀଳ ଫଟୋ ଫେସବୁକରେ ଭାଇରାଲ କରି ଯୁବକ ଗିରଫ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼(ଶାସକ ପ୍ରଶାସକ) :  ଦୁଇଟି ପ୍ରେମିକାର ଅଶ୍ଲିଲ ଫଟୋ ଫେସବୁକରେ ଭାଇରାଲ କରି ମହମ୍ମଦ ଅରମାନ ନାମକ ଯୁବକ ଗିରଫ  । ଉତ୍ତରପ୍ରଦେଶ  ରାଜ୍ୟର କସଗଂଜ ଥାନା ଅଂଚଳର ଏହି ଯୁବକ ପଦ୍ମପୁର ଥାନା ଓ ବରଗଡ ଟାଉନ ଥାନା  ଅଂଚଳର ଦୁଇଜଣ  ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା ଯୋଡି ଥିଲା  | ଜିସାନ ଖାନ ନାମରେ ଏକ ଫ୍ୟାକ ଫେସବୁକ ଖୋଲି ଏହି ଦୁଇ ଯୁବତୀଙ୍କ ଅଶ୍ଲିଲ ଫଟୋ ଭାଇରାଲ କରିଥିଲା  । ଏ ନେଇ ଝିଅମାନଙ୍କ ପରିବାର ପକ୍ଷରୁ ପଦ୍ମପୁର ଥାନାରେ ୦୨/୦୨/୨୦୨୦ ତାରିଖରେ ଏବଂ ବରଗଡ ଟାଉନ ଥାନାରେ ୨୧/୦୩/୨୦୨୦ ରେ ଲିଖିତ ଅଭିଯୋଗ ହେଲାପରେ ପଦ୍ମପୁର ଥାନା ଓ ବରଗଡ ଟାଉନ ଥାନାର ଏକ ପୋଲିସ ଟିମ ୟୁପି ଯାଇ ଅଭିଯୁକ୍ତ କୁ ଗିରଫ କରିଥିଲେ |  ଆଜି ପଦ୍ମପୁର ଥାନା କେଶ ନମ୍ବର ୨୮/୦୨.୦୨.୨୦୨ ଅନୁସାରେ U/S-67(A) IT Act /500/507/509 IPC  ବରଗଡ ଟାଉନ ଥାନା କେଶ ନମ୍ବର ୧୧୬/୨୧.୦୩.୨୨୦  ଅନୁସାରେ U/S-420 IPC /66C/66D IT Act  ଆଧାରରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ସାମ୍ବାଦିକ ସମ୍ମୀଳନିରେ ସୂଚନା ଦେଇଛନ୍ତି  ।

ଏହି ଟିମରେ ପଦ୍ମପୁର ଥାନାଅଧିକାରୀ ମାନସ ରଞ୍ଜନ ପ୍ରଧାନ, ଏସଆଇ ସୌମ୍ୟରଞ୍ଜନ ପାତ୍ର, ଏସଆଇ ସୌମ୍ୟକାନ୍ତ ବଳିଆରସିଂ , ମନଜିତ ଶତପଥି,ଦୀପକ ମହାପାତ୍ର, ଚିତ୍ତରଞ୍ଜନ କୁମ୍ଭାର ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault