ହେଡଲାଇନସ୍:

ଚୋରା ଶାଗୁଆନ କାଠ ଗଣ୍ଡି ସହିତ ୨ ଅଭିଯୁକ୍ତ ଗିରଫ: ବନକର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବନବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଗୁରବାର ଦିନ ୧୦ଟା ସମୟରେ ବାଣ୍ଠପୁର ପଂଚାୟତ ଓସ୍ତିଆ ଆଶ୍ରମ ସ୍କୁଲ ପଛ ପାଖରେ କଟା ଯାଉଥିବା ୫ ଗୋଟି ଶାଗୁଆନ କାଠ ଗଣ୍ଡି ଜବତ କରିବା ସହିତ ୨ ଜଣକୁ ଉକ୍ତ ଘଟଣାରେ ଗିରଫ କରି କୋର୍ଟ ଫରୁଆର୍ଡ କରାଯାଇଛି । ଜବତ କାଠ ଗଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ହଜାର ଟଙ୍କା ହେବ । ଗିରଫ ମାନେ ହେଲେ ସ୍ଥାନୀୟ ଗୈାଡ଼ପୁଟ ପଂଚାୟତ ଟିକର ପଲ୍ଲୀ ଗାଁର କିଶୋର ନାୟକ ଏବଂ ପହଲା ନାୟକ । ହେଲେ ଉକ୍ତ ଘଟଣାର ପ୍ରକୃତ ଅଭିଯୁକ୍ତ ପ୍ରଚ୍ଛଦ ପଟ୍ଟରେ ଲୁଚିି ରହିଛି । ଜିଲ୍ଲା ବନ ବିଭାଗର ଜଣେ ବରିଷ୍ଠ  ଅଧିକାରୀଙ୍କ ବାହୁଛାୟାରେ ଜଣେ କନିଷ୍ଠ ବନ କର୍ମଚାରୀ ଉକ୍ତ କାର୍ଯ୍ୟ ପରିଚାଳିତ କରୁଥିବା ବିଶେଷ ସୂତ୍ରରୁ ଜଣାଯାଏ । କାଠ କଟା ଯାଇଥିବା ଅଂଚଳ ପଂଚରିଡ଼ା ବନାଂଚଳ ଅନ୍ତର୍ଭୁକ୍ତ ହୋଇ ଥିବାରୁ ଓଡ଼ଗାଁ ବନାଂଚଳ କର୍ମଚାରୀ ଉକ୍ତ ମାମଲାକୁ ପଂଚରିଡ଼ା ବନାଂଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରା ଉଚରା କଲେ ପ୍ରଚ୍ଛଦପଟ୍ଟରେ ଥିବା ମୁଖ୍ୟ ଅଭିଯୁକ୍ତ ସାମ୍ନାକୁ ଆସିପାରିବ । ସୂଚନା ଥାଉକି ନୟାଗଡ଼ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ବନବିଭାଗ ଅଧିକାରୀଙ୍କୁ ନେଇ ଗୁରୁବାର ଦିନତମାମ କାର୍ଯ୍ୟକ୍ରମ ଲାଗି ରହିଥିଲା । ଏହାକୁ ସୁଯୋଗ ଭାବି କଟାଳି ମାନଙ୍କ ସହାୟତାରେ କାଠ କଟା ଯାଉଥିଲା । ହେଲେ ସ୍କ୍ୱାଡ଼ ହାତରେ କଟାଳିମାନେ ଧରା ପଡିଥିଲେ । ଯାହାଙ୍କ ନିର୍ଦ୍ଦେଶରେ କାଟୁଥିଲେ ସେ କୁଆଡେ ଗଲେ ? ନୟାଗଡ଼ ଡିଏଫଓ ଉକ୍ତ ଘଟଣାରେ ହସ୍ତକ୍ଷେପ କରି ନିରପେକ୍ଷ ତଦନ୍ତ କଲେ ଏହା ପଛରେ ଥିବା ଏକ ବଡ଼ ରାକେଟର ପର୍ଦାଫାସ ହୋଇପାରନ୍ତା ।  

 

0
0
0
s2sdefault