ପୁଣି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ: ଶିକାର ହେଲେ ନିରୀହ ଜନତା ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ଜିଲ୍ଲା ସୀମାନ୍ତ ଅଞ୍ଚଳ ରେ ପୁଣି ମାଓବାଦୀଙ୍କ ଲାଲ ତାଣ୍ଡବ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଓ ଦାନ୍ତେୱାଡା ଜିଲ୍ଲା ରେ ମାଓବାଦୀ ମାନେ ନିଜର ସ୍ଥିତି ଜାହିର କରିବା ପାଇଁ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଛନ୍ତି l ଆଜି ମଙ୍ଗଳ ବାର ସକାଳ ୯ଟା ସମୟରେ ବିଜାପୁର ଜିଲ୍ଲା ଅନ୍ତର୍ଗତ ବାସାଗୁଡା ଥାନା ଠୁ କିଛି ଦୂରରେ ଏକ ଟାଟା ସୁମୋ ଗାଡି କୁ ଆଇ.ଇ.ଡି ବିସ୍ଫୋରଣରେ ମାଓବାଦୀମାନେ ଗାଡିଟିକୁ ଉଡ଼ାଇଦଇଛନ୍ତି ଏଥିରେ ଗାଡି ଟି ସମ୍ପୂର୍ଣ ଭାବେ ନଷ୍ଟ ହେବା ସହ ଦୁଇ ଜଣ ଗ୍ରାମୀଣ ଗଭୀର ଆହତ ହୋଇଛନ୍ତି l ଏହି ଘଟଣା ଟି ବାସାଗୁଡା ତରେମ ଅନ୍ତର୍ଗତ ରାଜପେଟା ରେ ମାଓବାଦୀ ଦ୍ୱାରା ବିସ୍ଫୋରଣ କରାଯାଇଛି l ସୁରକ୍ଷାବଳ ଙ୍କୁ ଲକ୍ଷ୍ୟ କରି ଆଇ.ଇ.ଡି.ବିଛା ଯାଇଥିଲା କିନ୍ତୁ ଏଥିରେ ଦୁଇଜଣ ନିରୀହ ଗ୍ରାମବାସି ଏହାର ଶିକାର ହୋଇଥିଲେ ସେମାନଙ୍କ ମଧ୍ୟରେ ଗାଡି ମାଲିକ ମହମଦ ଇକଵାଲ ଆନସାରୀ ଓ ଅନ୍ୟ ଜଣେ ମୋଟର ମେକାନିକ ବଳରାମ ପ୍ରଧାନ l ଘଟଣା ସ୍ଥଳ ରେ ପୋଲିସ ଓ ସୁରକ୍ଷାବଳ ପହଞ୍ଚି ସର୍ଚ୍ଚ ଅପେରସନ ଆରମ୍ଭ କରିଛନ୍ତି ଓ ବିସ୍ଫୋରଣ ର ଶିକାର ହୋଇଥିବା ଦୁଇ ଜଣ ଗ୍ରାମୀଣଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ କୁ ପଠାଯାଇଛି l ଏସ.ପି. କମଳଲୋଚନ କଶ୍ୟପ ଏହି ଆଇ.ଇ.ଡି. ବିସ୍ଫୋରଣ ର ପୁଷ୍ଟି କରିଛନ୍ତି ସେପଟେ ଦାନ୍ତେୱାଡା ଜିଲ୍ଲା ର ହାନ୍ଦlବାଡା ପଞ୍ଚାୟତ ର ସରପଞ୍ଚ ଙ୍କ ସ୍ୱାମୀଙ୍କୁ ମାଓବାଦୀମନେ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଛନ୍ତି ଏହା ପରେ ସମସ୍ତ ଗ୍ରାମବାସିଙ୍କ ମନରେ ଭୟ ର ବାତାବରଣ ସୃଷ୍ଟି ହୋଇଛି ଏହି ଘଟଣା ର ପୁଷ୍ଟି ଦାନ୍ତେୱାଡା ଏସ.ପି. ଅଭିଷେକ ପଲ୍ଲଵ ଙ୍କ ଦ୍ୱାରା କରାଯାଇଛି ଉକ୍ତ ଗ୍ରାମ ରେ ପୋଲିସ ପହଞ୍ଚି ଏକ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଛି l