ହେଡଲାଇନସ୍:

ନକଲି ନୋଟ କାରବାରରେ ତିନି ଗିରଫ, ହଜାର ହଜାର ଟଙ୍କାର ନକଲି ନୋଟ ଜବତ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) :ନକଲି ନୋଟ ବନ୍ଦ କରିବା ସରକାରମାନଙ୍କ ପାଇଁ ସବୁବେଳେ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ନୋଟବନ୍ଦୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲୋକଙ୍କୁ ଆଶ୍ବାସନା ଦେଇଥିଲେ ଯେ ନୋଟବନ୍ଦୀ ଯୋଗୁଁ ନକଲି ନୋଟ କାରବାର ବନ୍ଦ ହେବ। ମାତ୍ର ଏହାକୁ ଭୁଲ ପ୍ରମାଣିତ କରି ଦେଶର ବିଭିନ୍ନ ସ୍ଥାନରେ ନକଲି ନୋଟ କାରବାର କରୁଥିବା ରାକେଟ ବାରମ୍ବାର ଧରା ପଡ଼ିଛନ୍ତି । ଏହିପରି ଏକ ରାକେଟ ଝାରସୁଗୁଡ଼ା  ବନହରପାଲି ପୋଲିସ ହାତରେ ସମ୍ବଲପୁର ବାମରାରେ ଧରିଥିବା ଖବର ମିଳିଛି। 

ସୂଚନା ଅନୁଯାୟୀ, ଲଖନପୁର ବ୍ଲକର ଖାଡ଼ମରର ୨୦ ବର୍ଷ ବୟସ୍କ ମହମ୍ମଦ ଅଜମଲ ବନ୍ଧବାହାଲ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଗତକାଲି ନକଲି ନୋଟ ଦେଇ ପେଟ୍ରୋଲ ଭରୁଥିଲେ। ପେଟ୍ରୋଲ ପମ୍ପ ମାଲିକ ନକଲି ନୋଟ ବିଷୟରେ ଜାଣିପାରି ବନହରପାଲି ପୁଲିସକୁ ଖବର ଦେଇଥିଲେ। ପୁଲିସ ଏନେଇ ତଦନ୍ତ କରି ଅଜମଲକୁ ଗିରଫ କରିଥିଲା । ଅଜମଲକୁ ଅଧିକ ପଚରାଉଚୁରା କରିବା ପରେ ସମ୍ବଲପୁରର ବାମରାରେ ଏକ ନକଲି ନୋଟ କାରାଖାନା ଚାଲୁଥିବା ଖବର ପାଇଥିଲା।

ପରେ ପୁଲିସ ବାମରାସ୍ଥିତ ନକଲି ନୋଟ କାରଖାନାରେ ଚଢ଼ଉ କରି ସେଠାରୁ ଅନ୍ୟ ୨ ଜଣ ଅଭିଯୁକ୍ତ ସମ୍ଵଲପୁର ଗୋବିନ୍ଦପୁରର ମହମ୍ମଦ ଇରଫାନ(୨୪) ଓ ଇସ୍ଥିଫାକ ଆନସାରୀ (୩୨), ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହିତ ସେମାନଙ୍କଠାରୁ ଜବତ ହୋଇଥିବା  ସର୍ବମୋଟ ୯୬ ହଜାର ୩ ଶହ ଟଙ୍କା ମଧ୍ୟରେ ୯୧୮ଟି ୧୦୦ ଟଙ୍କିଆ, ୯ଟି ୫୦୦ ଟଙ୍କିଆ, ଗୋଟେ କଲର ପ୍ରିଣ୍ଟର ଓ ଏକ ଗ୍ଲେମର ଗାଡ଼ି ଜବତ କରିଛି ।ହେଲେ ଲୋକଙ୍କ ମଧ୍ୟରେ ଏବେ ଆଶଙ୍କା ହେଉଛି ଏପରି କେତେ ନକଲି ନୋଟ ବଜାରରେ ଯଦି ଆସିଥିବ, ତେବେ ଆଗାମୀ ଦିନରେ ସାଧାରଣ ଲୋକଟିଏ ମଧ୍ୟ ଅଯଥା ହଇରାଣ ହୋଇପାରେ। ପୋଲିସ ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି।

0
0
0
s2sdefault