ହେଡଲାଇନସ୍:

ଡ୍ରେସିଂ ବାହାନାରେ ......ଛିଃ ଛିଃ ଛିଃ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରେସିଂ ବାହାନାରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ।

  • ତଦନ୍ତ କମିଟି ଗଠନ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଡ଼ାଜଳା ବିଭାଗରେ ଚିକିତ୍ସାଧିନ ଯୁବତୀଙ୍କୁ ଜଣେ ଡ୍ରେସର ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ଏହା ନେଇ ଯୁବତୀ ଜଣକ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ ଆଣିବା ପରେ ସେ ଏକ ତଦନ୍ତ କମିଟି ଗଠନ କରି ତଦନ୍ତର ଆଦେଶ ଦେଇଥିବା ଜଣାଯାଇଛି। 

ସୂଚନା ଅନୁଯାୟୀ, ଯୁବତୀ ଜଣକ ଗତ ୧୪ ତାରିଖରୁ ଚିକିତ୍ସାଳୟର ତୃତୀୟ ମହଲାରେ ଥିବା ୯ ନମ୍ବର କେବିନରେ ଚିକିତ୍ସିତ ହେଉଥିଲେ। ପ୍ରତିଦିନ ସ୍ବାସ୍ଥ୍ୟକର୍ମୀ ତାଙ୍କର ଡ୍ରେସିଂ କରନ୍ତି। କିନ୍ତୁ ଗତ ୨୩ ତାରିଖରେ ଜଣେ ପୁରୁଷ କର୍ମଚାରୀ ତାଙ୍କୁ ଡ୍ରେସିଂ କରିବା ପାଇଁ ଡ୍ରେସିଂ ରୁମକୁ ଡାକିଥିଲେ। ଯୁବତୀଙ୍କ ସହ ଯାଇଥିବା ତାଙ୍କ ଭଉଣୀଙ୍କୁ କର୍ମଚାରୀ ଜଣକ ବାହାରକୁ ଯିବାକୁ କହିଥିଲେ। ସେଠାରେ କର୍ମଚାରୀ ଜଣକ ତାଙ୍କ ପ୍ରତି ଅସଦାଚରଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

 

0
0
0
s2sdefault